ଉଚ୍ଚଶିକ୍ଷା ଲାଗି ଭିନ୍ନକ୍ଷମ ପ୍ରମାଣପତ୍ର ଲୋଡ଼ିଲେ ଯୁବକ; ସ୍ବାସ୍ଥ୍ୟ ବିଭାଗ ଦେଲା ’ପାଗଳ’ ସାର୍ଟିଫିକେଟ୍
ଉଚ୍ଚଶିକ୍ଷା ନିମନ୍ତେ ଜଣେ ଦିବ୍ୟାଙ୍ଗ ଯୁବକ ସରକାରଙ୍କ ନିକଟରେ ଆବେଦନ କଲେ । ଏଇଥିପାଇଁ ଯେ ତାଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁ, ଯାହା ଫଳରେ ସେ ଆଇଟିଆଇରେ ନାମ ଲେଖାଇ ପାରିବେ । ମାତ୍ର ବିଡ଼ମ୍ବନା ହେଉଛି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ତ ମିଳିଲା, ମାତ୍ର ସେଥିରେ ସେ ଦିବ୍ୟାଙ୍ଗ ନ ଥିଲେ, ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପାଗଳ ପ୍ରମାଣପତ୍ର ଦେଇଥିଲା । ପରିଣତିରେ ଏଇଆ ହେଲା ଯେ ତାଙ୍କୁ ନାଁ ଆଇଟିଆଇରେ ନାମ ଲେଖା ମିଳିଲା, ନା ଭିନ୍ନକ୍ଷମ ଭତ୍ତା ।
ଏ କଥା ଜଣା ପଡ଼ିବା ପରେ ଯେଉଁ ଇଞ୍ଜିନିଅରିଂ କଲେଜରେ ନାମ ଲେଖାଇବା ପାଇଁ ସେ ଆବେଦନ କରିଥିଲେ ତାହା ଖାରଜ ହୋଇଗଲା । ତାଙ୍କୁ ନାମ ଲେଖାଇବାକୁ ସୁଯୋଗ ମିଳିଲା ନାହିଁ । ଏହାପରେ ଜନି ମୁରାଦାବାଦର ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ । ସ୍ବାସ୍ଥ୍ୟ ବିଭାଗ ନିଜର ତ୍ରୁଟି ସୁଧାରି ନୂଆ ସାର୍ଟିଫିକେଟ୍ ଦେବାକୁ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ମାତ୍ର କଲେଜରେ ନାମଲେଖା ସରି ଯାଇଥିବାରୁ ଜନି ଏ ବର୍ଷ ଆଉ ନାମ ଲେଖାଇବାର ସମ୍ଭାବନା ନାହିଁ । ସ୍ବାସ୍ଥ୍ୟ ବିଭାଗର ତ୍ରୁଟି ଯୋଗୁଁ ଜଣେ ଯୁବକର ଜୀବନ ନଷ୍ଟ ହୋଇଗଲା ।
Comments are closed.