www.samajalive.in
Saturday, December 6, 2025
26.1 C
Bhubaneswar

ଉପବାଚସ୍ପତି ଲାଗି ନାମାଙ୍କନ ଦାଖଲ ଆଜି

ଭୁବନେଶ୍ୱର : ସୋମବାର ବିଧାନସଭା ଉପବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲ କରାଯିବ। ଏନେଇ ବିଧାନସଭା ପକ୍ଷରୁ ପୂର୍ବାହ୍ଣ ୧୧ଟାରୁ ପ୍ରକ୍ରିୟା ଆରମ୍ଭ ହେବ। ୨୧ ତାରିଖ ପୂର୍ବାହ୍ଣ ୯ଟାରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ, ତେବେ ସଂଖ୍ୟାଦୃଷ୍ଟିରୁ ଶାସକ ବିଜେଡି ଦ୍ୱାରା ମନୋନୀତ ପ୍ରାର୍ଥୀ ହିଁ ଉପବାଚସ୍ପତି ହେବେ। ଏହି ପଦରେ ବିଜେଡି ପକ୍ଷରୁ କାହାକୁ ଅବସ୍ଥାପିତ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର। ଚଳିତମାସ ୮ରେ ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂ ଇସ୍ତଫା ଦେଇଥିଲେ। ବିଜେଡିରୁ କିଏ ଉପବାଚସ୍ପତି ହେବେ ସେନେଇ ଚର୍ଚ୍ଚା ଜୋର ଧରିଛି। ଉପବାଚସ୍ପତି ପଦ ଲାଗି ଚର୍ଚ୍ଚାରେ ବରିଷ୍ଠ ବିଧାୟକ ଅରବିନ୍ଦ ଢାଲି, ଶଶିଭୂଷଣ ବେହେରା ଓ ରୋହିତ ପୂଜାରୀ ଆଗରେ ରହିଛନ୍ତି। ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ ପରେ ଉପବାଚସ୍ପତି କିଏ ହେବ ତାହା ସ୍ପଷ୍ଟ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ, ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ଣ ପ୍ରାୟ ୧୧ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଶୀତକାଳୀନ ଅଧିବେଶନ କିଭଳି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେନେଇ ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ମୌସୁମୀ ଅଧିବେଶନ କାଳରେ ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗା ଘଟଣା ବିଜେପିକୁ ମହଙ୍ଗା ପଡିଥିଲା। ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରାଯାଇଥିଲା। ଶୀତ ଅଧିବେଶନ କାଳରେ ବିରୋଧୀ ଏବଂ ଶାସକଦଳ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ରଣନୀତି ପ୍ରସ୍ତୁତ କରୁଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories