ଷ୍କକହୋମ୍ : ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରୁଥିବା ସ୍ବେଡିସ୍ ଏକାଡେମିର ସ୍ଥାୟୀ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ଭାଷାସାହିତ୍ୟର ପ୍ରାଧ୍ୟାପକ ମାଟ୍ସ ମାମ୍। ଏକାଡେମିରେ ମାତ୍ର ୪ ମାସ ପୂର୍ବେ ଯୋଗ ଦେଇଥିବା ୫୪ ବର୍ଷୀୟ ମାମ୍ ସମ୍ପ୍ରତି ୟୁନିଭର୍ସିଟି ଅଫ୍ ଗୋଥେନ୍ବର୍ଗରେ କାର୍ଯ୍ୟରତ। ଏକାଡେମିର ପୂର୍ବତନ ସଚିବ ସାରା ଡେନିୟସ ଦୁର୍ନୀତି ଅଭିଯୋଗରେ ପଦଚ୍ୟୁତ ହେବା ପରେ ଗତ ବର୍ଷ ଜୁନ୍ରୁ ଆେଣ୍ଡ୍ରସ୍ ଓଲ୍ସନ୍ ଏକାଡେମି ସଚିବ ଦାୟିତ୍ବ ତୁଲାଇ ଆସୁଥିଲେ। ଏବେ ମାମ୍ ଏହି ପଦରେ ନିଯୁକ୍ତ ହୋଇଛନ୍ତି। ଏଭଳି ସମସ୍ୟା ଯୋଗୁଁ ଏକାଡେମି ୨୦୧୮ର ସାହିତ୍ୟରେ ନୋବେଲ ପୁରସ୍କାର ସ୍ଥଗିତ ରଖିଛି; ୨୦୧୯ରେ ଉଭୟ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯିବ।
Popular Categories



