www.samajalive.in
Monday, December 8, 2025
13.1 C
Bhubaneswar

କୋଭିଡ୍‍ ଟିକାର ଅଭାବ ରହିବ ନାହିଁ – କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କୋଭିଡ୍‍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତିଷେଧକ ଟିକାର ଅଭାବ ରହିବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଗତକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବ, ଟିକାକରଣ ଅଧିକାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ନିର୍ଦ୍ଦେଶକମାନଙ୍କ ସହ ଭର୍ଚୁଆଲ ବୈଠକରେ କୋଭିଡ୍‍ ଟିକାକରଣ ସ୍ଥିତି, ଟିକା ଯୋଗାଣ ଏବଂ ଆଜିଠାରୁ ଆରମ୍ଭ ହୋଇଥିବା ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକାକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଲୋଚନା କାଳରେ ବିଭିନ୍ନ ରାଜ୍ୟରେ କୋଭିଡ୍‍ ପ୍ରତିଷେଧକ ଟିକା ବ୍ୟବହାର ହୋଇ ନ ପାରି ନଷ୍ଟ ହେଉଥିବାରୁ, ଆଗାମୀ ଦିନରେ ଯେଭଳି ଏହି ନଷ୍ଟ ପରିମାଣ ଏକ ପ୍ରତିଶତରୁ ନିମ୍ନରେ ରହିବ, ସେନେଇ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ କୋଭିଡ୍‍ ସ୍ୱେଚ୍ଛାସେବୀମାନେ ଯେପରି କୋଭିଡ୍‍ ଟିକାକରଣ ଅଭିଯାନରେ ଶତ ପ୍ରତିଶତ ସାମିଲ୍‍ ହୋଇପାରିବେ, ତାହା ରାଜ୍ୟ ସରକାରଗୁଡ଼ିକ ସୁନିଶ୍ଚିତ କରିବେ ବୋଲି କୁହାଯାଇଛି। ଏହି ଅବସରରେ କୋଭିଡ୍‍ ଟିକାକରଣ ନିମନ୍ତେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଆର୍‍.ଏସ୍‍. ଶର୍ମା କହିଛନ୍ତି, ରାଜ୍ୟଗୁଡ଼ିକ ଟିକା ଗଚ୍ଛିତ ନ ରଖି ତୁରନ୍ତ ଟିକାକରଣ କେନ୍ଦ୍ରଗୁଡ଼ିକୁ ଯୋଗାଇ ଦେବା ଆବଶ୍ୟକ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories