ଆସନ୍ତା ୨୦୨୨ ମସିହା ସୁଦ୍ଧା ଭାରତର ସ୍ୱାସ୍ଥ୍ୟସେବା ଶିଳ୍ପ ୩୭୨ ମିଲିୟନ୍ ଡଲାର ଛୁଇଁବ। ଗତ ୫ ବର୍ଷ ମଧ୍ୟରେ ଦେଶରେ ସ୍ୱାସ୍ଥ୍ୟସେବା ଶିଳ୍ପ କ୍ଷେତ୍ରରେ ୨୨ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ନୀତି ଆୟୋଗ ତା’ର ସଦ୍ୟତମ ରିପୋର୍ଟରେ ସୂଚନା ଦେଇଛି।
ଏହି କ୍ଷେତ୍ରଗୁଡ଼ିକ ମଧ୍ୟରେ ଡାକ୍ତରଖାନା, ମେଡିକାଲ୍ ଯନ୍ତ୍ରପାତି, ସ୍ୱାସ୍ଥ୍ୟବୀମା, ଟେଲିମେଡିସିନ୍ ସେବା, ଗୃହ ଉପଚାର ଏବଂ ମେଡିକାଲ୍ ସେବାଜନିତ ଗମନାଗମନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହିତ ୨୦୨୨ ସୁଦ୍ଧା ୨୭ ଲକ୍ଷ ନିଯୁକ୍ତି ସୁଯୋଗ ଏହି କ୍ଷେତ୍ରରେ ସୃଷ୍ଟି ହେବା ନୀତି ଆୟୋଗ ଆକଳନ କରିଛି।



