www.samajalive.in
Monday, December 8, 2025
20.1 C
Bhubaneswar

କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୁରୁଡିଝାଟିଆ କମ୍ପୁଟର ଚୋରିକୁ ୪ମାସ ବିତିଲା

ଗୁରୁଡିଝାଟିଆ: କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ଗୁରୁଡିଝାଟିଆରୁ କମ୍ପୁଟର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି ଘଟଣାକୁ ୪ମାସ ବିତିଲାଣି । ହେଲେ ପୁଲିସ ମୋକଦ୍ଦମା ରୁଜୁ କରିଦେଇ ନିଜ ଦାୟିତ୍ୱକୁ ଏକପ୍ରକାର ସାରିଦେଇଛି । ତେଣୁ ହାତ ବାନ୍ଧି ବସିଛି । ଗୁରୁଡିଝାଟିଆ ପୋଲିସର ଏଭଳି ଶିଥିଳତାକୁ ଦେଖିଲେ ତଦନ୍ତ ଏକ ପ୍ରକାର ସମାପ୍ତ ହୋଇଯାଇଛି ବୋଲି ବୁଦ୍ଧିଜୀବିମାନେ ଆଶଙ୍କା କରିଛନ୍ତି । ବିଦ୍ୟାଳୟରୁ ଚୋରି ହୋଇଥିବା ୩ଟି କମ୍ପୁଟର ଓ ଯନ୍ତ୍ରାଂଶ ଆଉ ମିଳିବନି ବୋଲି ଅଭିଭାବକ ଓ ବୁଦ୍ଧିଜୀବିମାନେ ଧରିନେଲେଣି ଏବଂ କହିବାକୁ ପଛାଉନାହାନ୍ତି ସରକାରୀ ଜିନିଷ ବୋଲି ଏଭଳି ଦାୟିତ୍ୱହୀନତା ଦେଖାଉଛନ୍ତି ସରକାରୀ ବାବୁମାନେ ? ପ୍ରକାଶଯୋଗ୍ୟ ଗତ ଜୁନମାସରେ ବିଦ୍ୟାଳୟର କମ୍ପୁଟର ପ୍ରକୋଷ୍ଠରୁ ଚୋରି ହୋଇଥିଲା କମ୍ପୁଟର ଓ ଏହାର ଯନ୍ତ୍ରାଂଶ। ଏନେଇ ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୁରୁଡିଝାଟିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ତଦନ୍ତ ବଳରେ ଦେଖିବାକୁ ପାଇଥିଲେ କମ୍ପୁଟର ପ୍ରକୋଷ୍ଠର ଚାବି ଖୋଲା ହୋଇନଥିବା ବେଳେ କମ୍ପୁଟର ଓ ଯନ୍ତ୍ରାଂଶ ଚୋରି ହୋଇଛି ଯାହାକି ତାଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ଯାହାକି ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ ଏହି ଚୋରି ଘଟଣାରେ ବିଦ୍ୟାଳୟର କେହି ନା କେହି ସଂପୃକ୍ତ ଅଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଦ୍ୟାଳୟଟି ଥାନା ପ୍ରାଚୀରକୁ ଲାଗିଛି । ଏଭଳିସ୍ଥିତିରେ ଚୋରି ହେବାର ୪ମାସ ବିତିଯାଇଥିଲେ ମଧ୍ୟ କମ୍ପୁଟର ଚୋରିରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହେଉନାହିଁ । ଏହା ସ୍ଥାନୀୟ ପୁଲିସର ଉଦାସୀନତା ବୋଲି ବୁଦ୍ଧିଜୀବିମାନେ କହିବାକୁ ପଛାଉନାହାନ୍ତି । ଏପରିକି ପୋଲିସ କେଉଁ ଢଙ୍ଗରେ ତଦନ୍ତ ଚଳାଉଛି ସେ ଦିଗ ପ୍ରତି ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅପରପକ୍ଷରେ କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ସଂପର୍କରେ ଶିକ୍ଷା ଜିଲ୍ଲା ଅଧିକାରୀ ବହୁ ବିଳମ୍ବରେ ଜାଣିବାକୁ ପାଇଥିଲେ । ଯାହାକି ପୋଲିସ ଥାନାରେ ଏତଲା ହେବା ପରେ । ଜିଲ୍ଲା ଶିକ୍ଷାଧିକାରୀ କମ୍ପୁଟର ଓ ଯନ୍ତ୍ରାଂଶ ଚୋରି ସଂପର୍କରେ କଣ ପାଇଁ ଦାୟିତ୍ୱରେ ଥିବା ଅଧିକାରୀ ଓ ତତ୍କାଳୀଳ ବିଦ୍ୟାଳୟ ମୁଖ୍ୟଙ୍କ ଠାରୁ ଲିଖିତ ଉତ୍ତର ମଗାଇନାହାନ୍ତି ବୋଲି ବୁଦ୍ଧିଜୀବିମାନେ ପ୍ରଶ୍ନ କରିବା ସହିତ ଶିକ୍ଷାବିଭାଗର ଅବହେଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବର୍ତ୍ତମାନ ବିଦ୍ୟାର୍ଥୀମାନେ କମ୍ପୁଟର ଓ ଅନ୍ୟାନ୍ୟ ସାମଗ୍ରୀ ନଥିବାରୁ ସଠିକ୍ ଭାବରେ ବୈଷୟିକ ଜ୍ଞାନରୁ ବଞ୍ଚିତ ହେଉଛନ୍ତି । ବିଭାଗୀୟ ଉଚ୍ଚ ପଦାଧିକାରୀ ଏହି ଘଟଣାରେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଥିବା ବେଳେ ପୋଲିସ ମଧ୍ୟ ନିଜ ପରିସରକୁ ଲାଗିଥିବା ବିଦ୍ୟାଳୟର ଚୋରି ସାମଗ୍ରୀକୁ ଉଦ୍ଧାର କରି ସର୍ବସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ଚେଷ୍ଟା କରିବା ଏକାନ୍ତ ଆବଶ୍ୟକ ବୋଲି ଆଲୋଚିତ ହେଉଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories