www.samajalive.in
Wednesday, December 10, 2025
26.1 C
Bhubaneswar

ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ବ୍ୟବସ୍ଥା ନେଇ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ :  ବିଶିଷ୍ଟ ବୈଜ୍ଞାନିକ ତଥା ଇସ୍ରୋର ପୂବର୍ତନ ଅଧ୍ୟକ୍ଷ କେ. କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନୂଆ ଶିକ୍ଷାନୀତି ସମ୍ପର୍କରେ ଯେଉଁ ଚିଠା ପ୍ରସ୍ତାବ ଦେଇଛନ୍ତି ସେଥିରେ ତ୍ରିଭାଷୀ ବ୍ୟବସ୍ଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ମାତୃଭାଷା, ଇଂରାଜୀ ଓ ହିନ୍ଦୀ ଏହି ୩ଟି ଭାଷାକୁ ଲାଗୁ କରିବା ନେଇ କମିଟି ଯେଉଁ ସୁପାରିଶ କରିଛନ୍ତି ତାହା କେବଳ ଚିଠାସ୍ତରରେ ରହିଛି ଏବଂ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ସରକାରୀ ଭାବେ ନିଆଯାଇନାହିଁ । ତେଣୁ ଏ ନେଇ ଅଯଥାରେ ବିଭ୍ରାନ୍ତ ସୃଷ୍ଟି କରାଯିବାର ଆବଶ୍ୟକତା ନାହିଁ।
ଏହି ଚିଠା ପ୍ରସ୍ତାବକୁ ଜନସାଧାରଣଙ୍କ ବିଚାର ପାଇଁ ଉପସ୍ଥାପିତ କରାଯିବ,ଏହାପରେ ରାଜ୍ୟ ସରକାରଙ୍କ ସହ ପରାମର୍ଶ କ୍ରମେ ଏହି ପ୍ରସ୍ତାବକୁ
କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ଯେ, କୌଣସି ଅଞ୍ଚଳ ବା ରାଜ୍ୟ ଉପରେ ନିର୍ଦ୍ଦିଷ୍ଟ ଭାବେ ଅନ୍ୟ କୌଣସି ଭାଷା ଲଦି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ସ୍ପଷ୍ଟ କରିଛନ୍ତି। ସେହିଭଳି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ସବୁ ଭାରତୀୟ ଭାଷାର ସମୁଚିତ ବିକାଶ ହେଉ ଏହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି । ଏଭଳି ସ୍ଥିତିରେ ଏକ ଚିଠା ପ୍ରସ୍ତାବର ସୁପାରିଶ ନେଇ ବିଭ୍ରାନ୍ତ ନହେବାକୁ ସେ
ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରକାଶ ଜାଭଡେକର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଥିବାବେଳେ ଏହି କମିଟି ଗଠିତ ହୋଇଥିଲା।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories