www.samajalive.in
Saturday, December 6, 2025
26.1 C
Bhubaneswar

ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଗଲା ଭାଲୁର ଜୀବନ

ନୀଳଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି। ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ଜଣାପଡ଼ିଛି।

ରାତିରେ ଖାଦ୍ୟ ଅନ୍ୱେଷଣ କରି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ମିତ୍ରପୁର ଜଙ୍ଗଲରୁ ଗୋଟିଏ ଭାଲୁ ମିତ୍ରପୁର ବଜାର ଆଡକୁ ପଳାଇ ଆସିଥିଲା। ସେଠାରେ ଥିବା ବରଗଛ ଓହଳରେ ଝୁଲି ମହୁ ମଧ୍ୟ ଖାଇଥିଲା। କିନ୍ତୁ ଭାଲୁର ମହୁ ଲୋଭ ତା ଜୀବନ ନେଇ ଯାଇଛି। ମହୁ ଖାଇ ବରଗଛରୁ ପାଖରେ ଥିବା ଟ୍ରାନ୍ସଫର୍ମର ଖୁଣ୍ଟ ଧରି ଓହ୍ଲାଉ ଥିବା ସମୟରେ ବିଦ୍ୟୁତ ଆଘାତ ଲାଗି ଭାଲୁର ମୃତ୍ୟୁ ଘଟିଛି। ଆଜି ସକାଳେ ଏଭଳି ଦୃଶ୍ୟ ଦେଖି ଲୋକେ ନୀଳଗିରି ବନ ବିଭାଗକୁ ଖବର ଦେବା ପରେ ବିଭାଗୀୟ ଅଧିକାରୀ ମାନେ ପହଞ୍ଚି ମୃତ ଭାଲୁକୁ ଉଦ୍ଧାର କରିଥିବା ଜଣାପଡ଼ିଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories