www.samajalive.in
Thursday, December 11, 2025
27.1 C
Bhubaneswar

ରାଜ୍ୟ ମୁଖ୍ୟ ସଚିବଙ୍କୁ ଜବାବ ତଲବ

ନୂଆଦିଲ୍ଲୀ : ଗଜପତି ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ବାପା ଓ ପୁଅଙ୍କୁ ବାଡ଼େଇ ମାରି ଦେବା ଘଟଣାରେ ରାଜ୍ୟ ମୁଖ୍ୟସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ ଜବାବ ତଲବ କରିଛନ୍ତି । ଏନଏଚଆରସିଙ୍କ ନିର୍ଦେଶ ଅନୁଯାୟୀ ଛଅ ସପ୍ତାହ ମଧ୍ୟରେ ରାଜ୍ୟ ମୁଖ୍ୟସଚିବ ଜବାବ ଦାଖଲ କରିବେ। ମାନବାଧିକାର କର୍ମୀ ତଥା ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ଆୟୋଗ ନୋଟିସ ଜାରି କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଜୁନ ୧୨ରେ ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀଙ୍କ ରାତିଅଧିଆ ଆକ୍ରମଣ ଯୋଗୁଁ ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ମୁଥଗୁଡ଼ା ଗ୍ରାମର ଲୁକ ଦଳବେହେରା ଓ ଅନକ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏକ ବୈଠକରେ ଏକତ୍ର ହେବା ପରେ ଉଭୟଙ୍କୁ ଜଙ୍ଗଲକୁ ନେଇ ବାଡ଼େଇ ବାଡ଼େଇ ମାରି ଦେଇଥିଲେ । ଓଡ଼ିଶାରେ ଗୁଣିଗାରେଡ଼ି ନିରୋଧ ଆଇନ ୨୦୧୩ ପ୍ରଚଳିତ ଥିବା ସତ୍ତ୍ବେ ଏଭଳି ସମ୍ବେଦନଶୀଳ ତଥା ଦୁଃଖଦ ଘଟଣା ସଂଖ୍ୟା ବୃଦ୍ଧିରେ ପ୍ରଶାସନିକ ନିଷ୍କ୍ରିୟତା ନେଇ ଆଇନଜୀବୀ ତ୍ରିପାଠୀ ଆୟୋଗଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories