www.samajalive.in
Friday, December 5, 2025
23.1 C
Bhubaneswar

ଲଗାଣ ବର୍ଷାରେ ଘର ଭାଙ୍ଗିଯାଇଥିବା ପରିବାରକୁ ସହାୟତାର ହାତ ବଢାଇଲା ଏନଜିଓ ସଂସ୍ଥା 

ନବରଙ୍ଗପୁର: ଲଗାଣ ବର୍ଷା ଫଳରେ ତେନ୍ତୁଳୀଖୁଣ୍ଟି ଗ୍ରାମର ନୂଆ ସାହିରେ ରହୁଥିବା ଏକ ପୁରୁଣା ଚାଳଘର ସମ୍ପୂର୍ଣ ଭାଙ୍ଗି ମାଟିରେ ମିଶିଯାଇଛି। ଅଭାବ ଓ ଅନଟନରେ ରହୁଥିବା ଉକ୍ତ ପରିବାରର ମୁଖ୍ୟ ଜୋସେଫ ସୁନା ଜଣେ ଅକ୍ଷମ ଏବଂ ଭିନ୍ନକ୍ଷମ। ତାଙ୍କ ପରିବାର କହିଲେ ସ୍ତ୍ରୀ ରୀନା ଏବଂ ୩ ଟି ଝିଅ ସହ ସରକାରଙ୍କ ଭତା ବାବଦରେ ମିଳୁଥିବା ୭ଶହ ଟଙ୍କା ଏବଂ ୨୦ କେଜି ଚାଉଳ ପାଉଥିବା ବେଳେ ସ୍ତ୍ରୀ ରୀନା ବାହାରେ କୁଲି କମ କରି ଦୁଇ ପଇସା ରେ କଷ୍ଟେ ମଷ୍ଟେ ଚଳି ଆସୁଥିଲେ। କିନ୍ତୁ ଚଳିତ ବର୍ଷା ସେମାନଙ୍କ ଉପରେ ଦାଉ ସାଧିଲା । ବର୍ଷାରେ ଘର ସମ୍ପୂର୍ଣ ଭାଂଗିଯିବା ପରେ ପ୍ରଶାସନ ତରଫରୁ ଖଣ୍ଡିଏ ପଲିଥିନ ଦେଇ କାମ ସାରିଦେଲା । ଏପଟେ ବର୍ଷା ଯୋଗୁଁ ୫ ପ୍ରାଣୀ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଜାଗା ନଥିବା ଯୋଗୁଁ ବହୁ କଷ୍ଟରେ ଚଳୁଥିବା ଏହି ଅସହାୟ ପରିବାରକୁ ସହାୟତାର ହାତ ବଡ଼ାଇଲା କୋଷଗୁମୁଡ଼ା ବ୍ଲକର ସାଇଁଣ୍ଟ ସିମନ ଟ୍ରଷ୍ଟ ଏନଜିଓ ସଂସ୍ଥା।

ସଂସ୍ଥାର ପ୍ରତିଷ୍ଠାତା ହିମାଂଶୁ ଶେଖର ବାଘ, ସେ ଆଜି ତେନ୍ତୁଳୀଖୁଣ୍ଟି ଯାଇ ଅସହାୟ ପରିବାର କୁ ଭେଟି ଗୋଟିଏ ବସ୍ତା ଚାଉଳ, ଡାଲି, ସୋୟାବିନ, ତେଲ, ଆଳୁ, ସୁଜି, ବିସ୍କୁଟ, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ ଏବଂ ସାବୁନ ଆଦି ପ୍ରଦାନ କରି ମହାନତା ଦେଖାଇଥିବା ବେଳେ ଏହି ଅସହାୟ ପରିବାରକୁ ରହିବା ପାଇଁ ପ୍ରଶାସନ ତରଫରୁ ଏକ ଗୃହ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ରେ

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories