www.samajalive.in
Friday, December 5, 2025
27.1 C
Bhubaneswar

ନେତ୍ରାବାହାଳ ଗ୍ରାମରେ ହାତୀ ଉପଦ୍ରବ: ଏକର ଏକର ଚାଷଜମିରେ ଧାନ ଗଛ ନଷ୍ଟ

ଦେବଗଡ: ଗତକାଲି ରାତ୍ରିରେ ହାତୀ ଉପଦ୍ରବ ଯୋଗୁଁ ଦେବଗଡ ବନଖଣ୍ଡ ବାରକୋଟ ବନାଂଚଳ ତଥା ଠିଆନାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମରେ ବ୍ୟାପକ କ୍ଷ୍ୟକ୍ଷତି ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ପାହାଡ ତଳେ ଅବସ୍ଥିତ ବମ୍ପରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଏହି ନେତ୍ରାବାହାଳ ଗ୍ରାମରେ ମୋଟ ୯୦ ଟି ପରିବାର ବସବାସ କରୁଥିବା ବେଳେ ପ୍ରାୟ ୮୦ ପ୍ରତିଶତ ପରିବାର ସମ୍ପୂର୍ଣ୍ଣ ଭାବେ ଚାଷ ଉପରେ ନିର୍ଭର କରନ୍ତି। ମାତ୍ର ଗତକାଲି ରାତ୍ରିରେ ନିକଟସ୍ଥ ପାହାଡ ଉପରୁ ୧୦ଟି ହାତୀର ଏକ ଦଳ ନେତ୍ରାବାହାଳ ଗ୍ରାମରେ ପଶି ଉକ୍ତ ଗ୍ରାମର ହାଡିବନ୍ଧୁ ମହାନ୍ତ, ଉଗ୍ରସେନ ରାଏ,ରାଧେଶ୍ୟାମ ମହାନ୍ତ, ଦୁଃଖୁ କାଲୋ ଓ କାଣ୍ଡେ କାଲୋଙ୍କ ସମେତ ବହୁ ଚାଷୀଙ୍କର ପ୍ରାୟ ୨୫ରୁ ୩୦ ଏକର ଚାଷ ଜମିରେ ପଶି ଧାନ ଗଛ ଗୁଡିକୁ ମାଡିଦଳି ନଷ୍ଟ କରିଥିଭା ଜଣାପଡିଛି। ରାତି ତମାମ ଉପଦ୍ରବ ଜାରୀ ରଖିଥିବା ଏହି ହାତୀ ଦଳଟି ଆଜି ପ୍ରତ୍ୟୁଷରେ ପୁଣିଥରେ ନିକଟସ୍ଥ ଜଙ୍ଗଲକୁ ଫେରିଯାଇଥିଲେହେଁ ପୁଣିଥରେ ଫେରି ଫସଲ ନଷ୍ଟ କରିବାର ଆଶଙ୍କା ରହିଛି। ଏଣୁ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିବା ସହ ଏନେଇ ଠିଆନାଳ ଫରେଷ୍ଟର,ବାରକୋଟ ଫରେଷ୍ଟ ରେଞ୍ଜ ଅଫିସରଙ୍କ ନିକଟରେ ଅଭିଯୋଗ କରି ଉକ୍ତ ହାତୀ ଦଳକୁ ସମ୍ପୃକ୍ତ ଅଂଚଳରୁ ଅନ୍ୟତ୍ର ଘଉଡାଇବା ଏବଂ କ୍ଷ୍ୟକ୍ଷତିର ଆକଳନ କରି କ୍ଷତି ପୁରଣ ବ୍ୟବସ୍ଥା କରିବାକୁ ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଗ୍ରାମର ଅଗ୍ରଗତି ଯୁବକ ସଂଘ ପକ୍ଷରୁ ସଂଘର ସଭାପତି ପୁରନ୍ଦର ରାୟ ଏ ସମ୍ପର୍କରେ ଦେବଗଡ ଜିଲାପାଳଙ୍କୁ ଲିଖୀତ ଅଭିଯୋଗ କରି ଆଭଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବୀ ଜଣାଇଛନ୍ତି। ଏ ସମ୍ପର୍କରେ ଠିଆନାଳ ଫରେଷ୍ଟ ସେକ୍ସନର ଫରେଷ୍ଟର ଘନଶ୍ୟାମ ପାତ୍ରଙ୍କ ମତାମତ ଲୋଡିବାରୁ ଗତକାଲି ରାତ୍ରିରେ ୧୦ ଟି ହାତୀର ଦଳ ନେତ୍ରାବାହାଳ ଗ୍ରାମର ବହୁ ଚାଷଜମିରେ ପଶି ଧାନଗଛ ନଷ୍ଟ କରିଥିବା ପ୍ରକାଶ କରିଛନ୍ତି। ତେବେ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତିର ପରିମାଣ ସଠିକ ଭାବେ ଆକଳନ କରାଯାଇନଥିବା ଦର୍ଶାଇ ବର୍ଷା ଛାଡିଲେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରୀ ନୀତି ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉତ୍ତର ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories