www.samajalive.in
Sunday, December 7, 2025
26.1 C
Bhubaneswar

ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ

ପୁରୀ: ଜାତୀୟ ରାଜପଥ ଉପରେ କ୍ରମାଗତ ଭାବରେ ଲୁଟ ତରାଜ କରୁଥିବା ଏକ ସଂଗଠିତ ଓ ପେଷାଦାର ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପୁଲିସ ସଫଳ ହୋଇଛି। ଭୁବନେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୩୧୬ରେ ନିକଟ ଅତୀତରେ କ୍ରମାଗତ ଭାବରେ ହୋଇଥିବା ଲୁଟତରାଜ ଘଟଣା ଗୁଡିକୁ ଗୁରୁତର ସହିତ ଗ୍ରହଣ କରି ଏହାର ସଫଳ ତଦନ୍ତ ପାଇଁ ପୁରୀ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ କେ. ବିଶଲ. ସିଂ, ଆଇପିଏସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦେବଦତ୍ତ ବରାଳ ଏସଡିପିଓ ପିପିଲି ଏବଂ ଦେବୀ ପ୍ରସାଦ ପାତ୍ର, ଆଇଆଇସି, ସତ୍ୟବାଦୀ ଥାନାଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା।
ତଦନ୍ତ ସମୟରେ ଗତକାଲି ଏକ ସ୍ବତନ୍ତ୍ର ଟିମ ଗଡିଶାଗୋଦା ଥାନା ଅନ୍ତର୍ଗତ ନଈକୂଳ ପାଟଣା ଗ୍ରାମର ବିପିନ ଶେଠୀ, ସତ୍ୟବାଦୀ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ପ୍ରକାଶ ବରାଳ ଓରଫ ପାକୁଆ ପଞ୍ଚୁକେର। ଗ୍ରାମର ସନ୍ଦିପ ପ୍ରଧାନ ଓରଫ ବୁଲୁ ନହଳ  ଗ୍ରାମର ସିନ୍ଧାନ୍ତ ମଲ୍ଲିକ ଓରଫ ରାଜା ଓ ଚୋରା ସାମଗ୍ରୀ ରଖୁଥିବା ଡିହି ସାହି ଗ୍ରାମର ଜୟନ୍ତ କୁମାର ସ୍ବାଇଁ ଓ ଚନ୍ଦନ ପୁରର ଜିଜ୍ଞାନ କୁମାର ସାବତକୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ପୁଲିସ ୪ଟି ମୋବାଇଲ ଫୋନ ଏକ ଚୋରା ସୁନା ମୁଦି, ଏକ ପଲସର ୧୮୦ ମୋଟରସାଇକେଲ ଓ ଅନ୍ୟ ଏକ ଆପାଚି ମୋଟରସାଇକେଲ ଜବତ କରିବାରେ ସଫଳ ହୋଇଛି । ଉକ୍ତ ଗ୍ୟାଙ୍ଗ ମୁଖ୍ୟତ ହଁସପାଳ ଠାରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୩୧୬ ଉପରେ ଏକ ଲୁଟତରାଜ ମାମଲାରେ ସମ୍ପୃକ୍ତ ଅଛନ୍ତି। ସେମାନେ ମୁଖ୍ୟତ ଜାତୀୟ ରାଜପଥ ଉପରେ ଦୁଇ ଚକିଆ ଯାନରେ ଯଉଥିବା ଲୋକମାନଙ୍କ ଠାରୁ ମୋବାଇଲ ଫୋନ ଓ ଭ୍ୟାନୀଟି ବ୍ୟାଗ ଉପରେ ଟାର୍ଗେଟ କରୁଥିଲେ। ଲୁଟେରା ମାନଙ୍କ ଠାରୁ ଚୋରାମୋବାଇଲ ଓ ମୂଲ୍ୟବାନ ଜିନିଷ ଉଦ୍ଧାର କରିବା ପାଇଁ ଏବଂ ଗ୍ୟାଙ୍ଗର ଅନ୍ୟାନ ଫେରାର ସଦସ୍ୟ ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ପ୍ରଚେଷ୍ଟା ଜାରି ରିଖିଛି। ଉକ୍ତ ଚାରିଜଣ ଲୁଟେରା ଓ ଚୋରା ସାମଗ୍ରୀ ରଖିଥିବା ଦୁଇ ଜଣ ଅପରାଧିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଦରକାର ପଡିଲେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଲିସ ରିମାଣ୍ଡ ଅଣାଯିବ ବୋଲି  ସତ୍ୟବାଦୀ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories