କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା

ରାୟଗଡା  : ରାୟଗଡା ଜିଲ୍ଲାର ଜେକେପୁର ଠାରେ ଥିବା କୋଭିଡ ଡାକ୍ତରଖାନାରେ ଜଣେ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ଅଭିମନ୍ୟୁ କରଡ଼ିଆ ନାମକ ବ୍ୟକ୍ତି ନିଜ ଡାହାଣ ହାତର ଶିରା କାଟି ଆତ୍ମହତ୍ୟା କରିଛନ୍ତି। ସେ ଗତ ୨୦ ତାରିଖ ଦିନ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଠିକ ଥିଲା। ତାଙ୍କ ଘର ରାୟଗଡା ଜିଲ୍ଲା କେ -ସିଙ୍ଗପୁର ବ୍ଲକ ଅନ୍ତର୍ଗତ କରଂଜକ୍ଷ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। ଏନେଇ ତଦନ୍ତ କରୁଥିବା ପୁଲିସ ଅଧିକାରୀ ଭାସ୍କର ମାଣିଆ ପ୍ରକାଶ କରିଛନ୍ତି।

Comments are closed.