www.samajalive.in
Monday, December 8, 2025
13.1 C
Bhubaneswar

ପ୍ରାଣୀ ଚିକିତ୍ସକମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ

ଫୁଲବାଣୀ:ବର୍ଷସାରା ପ୍ରାଣୀସମ୍ପଦର ବିକାଶ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଛି। କିନ୍ତୁ ପ୍ରତି ବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ ଏବଂ ସମର୍ଥନ, ଶିକ୍ଷା ଓ ସଚେତନତା ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା, ପଶୁ ସୁରକ୍ଷା ଏବଂ ପର୍ଯ୍ୟାବରଣ ସମ୍ବନ୍ଧିତ ବିଷୟବସ୍ତୁର ଚର୍ଚ୍ଚା ଏବଂ ସର୍ବୋପରି ପ୍ରାଣୀ ଚିକିତ୍ସକଙ୍କର କାର୍ଯ୍ୟକଳାପକୁ ପ୍ରଶଂସା କରିବା ନିମନ୍ତେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଇଥାଏ ବୋଲି ସଭାପତିଭାବେ ଯୋଗଦେଇ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସଞ୍ଜୀବ କୁମାର ପଟେଲ୍ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବିଶ୍ୱ ପ୍ରାଣୀଚିକିତ୍ସା ଦିବସ-୨୦୨୩ ପାଳନ ଅବସରରେ ଏହା କହିଥିଲେ।

ସେ କହିଲେ, ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି। କାରଣ ପଶୁମାନଙ୍କର ରୋଗ ସହିତ ମଣିଷ ସମାଜର ସମ୍ପର୍କ ରହିଛି। ପ୍ରାଣୀ ଚିକିତ୍ସକମାନଙ୍କର ସମାଜ ପ୍ରତି ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ। ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ ଉପସ୍ଥିତ ତାଙ୍କ ଉଦବୋଧନରେ ସ୍ୱୟଂ ସହୟିକା ଗୋଷ୍ଠୀ ମାଧ୍ୟମରେ ହେଉ ବା ନିଜ ମାଧ୍ୟମରେ ହେଉ ସମନ୍ୱିତ ଚାଷକାର୍ଯ୍ୟ ହାତକୁ ନେଇ ନିଜ ନିଜର ଉନ୍ନତି କରିବା ସହ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହଯୋଗ କରିବା ଆବଶ୍ୟକ। ସେଥିପାଇଁ ସଂପୃକ୍ତ ବିଭାଗ ଗୁଡ଼ିକର ସହଯୋଗ ମଧ୍ୟ ଆବଶ୍ୟକ। ତେବେ ପ୍ରାଣୀ ଚିକିତ୍ସକ ମାନଙ୍କର କାର୍ଯ୍ୟକୁ ସୁଶ୍ରୀ ମଲ୍ଲିକ ପ୍ରଶଂସା କରିଥିଲେ।

- Advertisement -

ମୁଖ୍ୟବକ୍ତାଭାବେ ଯୋଗଦେଇ କଳିଙ୍ଗ ମହାବିଦ୍ୟାଳୟ, ଘୁ.ଉଦୟଗିରିର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ରାଜକିଶୋର ବେହେରା ଗ୍ରାମାଞ୍ଝଳରେ ଚାଷୀମାନଙ୍କୁ ସେମିନାର ମାଧ୍ୟମରେ ଚାଷ କାର୍ଯରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରିବା ଦିଗରେ ସଚେତନ କରିବାକୁ ପ୍ରାଣୀ ଚିକିତ୍ସକ ମାନଙ୍କୁ ପରାମର୍ଶ ଦେବା ସହିତ ଆଜିର ପ୍ରସଙ୍ଗ ପ୍ରାଣୀପାଳକଙ୍କ ହିତରେ ରୂପାନ୍ତରିତ,ନିରପେକ୍ଷ ଓ ବିସ୍ତୃତ ପ୍ରାଣୀଚିକିତ୍ସା ସେବା ଉପରେ ସମ୍ୟକ ଧାରଣା ଦେଇଥିଲେ। ଉପ-ନିର୍ଦ୍ଦେଶକ, ଉଦ୍ୟନକୃଷି ମିହିର କୁମାର ସାମନ୍ତରାୟ , ଜିଲା ମୁଖ୍ୟ କୃଷି ଅଧିକାରୀ। ବସନ୍ତ କୁମାର ପାଣିଗ୍ରାହୀ , ଓଡ଼ିଶା ଜୀବିକା ମିଶନର କନ୍ଧମାଳ ଜିଲା ପ୍ରକଳ୍ପ ପରିଚାଳକ, ସନ୍ତୋଷ କୁମାର ରଥ ପ୍ରମୁଖ ପ୍ରାଣୀସମ୍ପଦ ବୃଦ୍ଧି ପାଇଁ କନ୍ଧମାଳ ଜିଲ୍ଲା ପ୍ରକୃଷ୍ଠ ସ୍ଥାନ ବୋଲି କହିଥିଲେ। ତେବେ, ବିଭିନ୍ନପ୍ରକାରର ଚାଷ ପାଇଁ ସ୍ୱୟଂ ସହୟିକା ଗୋଷ୍ଠୀ ମାଧ୍ୟମରେ ତାଙ୍କ ବିଭାଗ ତରଫରୁ ଫଣ୍ଡ ବିନିଯୋଗ କରାଯାଉଛି ଏବଂ ଆଗକୁ ଏହାକୁ ବ୍ୟାପକ କରାଯିବ ବୋଲି ସେ କହିଥିଲେ। ଡା.ଅଳକା ପଟ୍ଟନାୟକ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ସହିତ ସଭା ପରିଚାଳନା କରିଥିଲେ।

ଏହି ଦିବସ ପାଳନ ଅବସରରେ ଆଜି ସକାଳେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଅନୁଷ୍ଠିତ ସଭାରେ ବିଭାଗୀୟ ସରକାରୀ ଅଧିକାରୀ, ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରକୃତି ପ୍ରେମୀ, ପ୍ରାଣୀମାନଙ୍କୁ ଭଲପାଉଥିବା ଓ ସେବାକରୁଥିବା କିଛି ବ୍ୟକ୍ତି ବିଶେଷ, ଜିଲାର ପ୍ରତି ବ୍ଲକରୁ ଆସିଥିବା ଚାଷୀ ପ୍ରମୁଖ ଯୋଗଦେଇଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories