ହରଭଙ୍ଗା: ହରଭଙ୍ଗା ବ୍ଲକ ସମନ୍ବିତ ଶିଶୁଵିକାଶ କାର୍ୟ୍ୟଳୟ ସଭାଗୃହ ଠାରେ ସିଡିପିଓ ନିରୁପମା ପାଣିଙ୍କ ଅଧକ୍ଷତକ୍ଷରେ ରବିବାର ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ପ୍ରଥା ବନ୍ଦ ଓ ସଚେତନତା ନେଇ ଏକ ସଂକଳ୍ପ ପାଠ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ, ପୁରୁଣାକଟକ ଥାନା ଅଧିକାରୀ ଜୋସ୍ନା କାଉଁରୀ, ଉପସ୍ଥିତ ରହି ବାଲ୍ୟବିବାହ ରୋକିବା, ଗ୍ରାମାଞ୍ଚଳର ପିଲାଙ୍କୁ ୧୪ବର୍ଷ ପର୍ୟ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଦେବା ଆଦି ସଂକଳ୍ପ ପାଠ କରିଥିଲେ। ଏହି ସଂକଳ୍ପ ପାଠରେ ବ୍ଲକର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି, ଅଙ୍ଗନବାଡି କର୍ମୀ ଓ ସୁପର ଭାଇଜର ମାନେ ଉପସ୍ଥିତ ରହିଥିଲେ।
Popular Categories



