ବୌଦ୍ଧ: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷଣ ମଣ୍ଡଳର ଏକ ପରିଚୟାତ୍ମକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଟଙ୍କଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ବିସ୍ତାରକ ଡ଼ ଉମେଶ କୁମାର ସିଂ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସଭାପତି ରାଜକିଶୋର ମହାରଣା ଯୋଗଦାନ କରି ଭାରତୀୟ ଶିକ୍ଷଣ ମଣ୍ଡଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଶିକ୍ଷାରେ ଭାରତୀୟତା, ନୈତିକ ଶିକ୍ଷା, ଯୋଗ ଶିକ୍ଷା, ଦେଶଭକ୍ତି ଏଵଂ ଗୁରୁଭକ୍ତି ଶିକ୍ଷା ପ୍ରଦାନ କଲେ ଆମ ଦେଶ ଭାରତମାତାର ପୁନରୁତ୍ଥାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
Popular Categories



