www.samajalive.in
Wednesday, December 10, 2025
18.1 C
Bhubaneswar

ବୈଦିକ କଲେଜ ଛାତ୍ରାବାସରୁ ୫୨ ସିଲିଣ୍ଡର ଜବତ ଘଟଣା, ଯାଞ୍ଚପାଇଁ ଗ୍ୟାସ କମ୍ପାନୀ ଅଧିକାରୀଙ୍କର ସମ୍ବଲପୁର ଗସ୍ତ

ସମ୍ବଲପୁର : ସମ୍ବଲପୁରର ଯୋଗାଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ସହରର ଉପକଣ୍ଠସ୍ଥ ବୈଦିକ ଇନ୍ଟରନେସନାଲ ଘରୋଇ ଆବାସିକ ଶିକ୍ଷାନୁଷ୍ଠାନରୁ ବେଆଇନ ଭାବରେ ବ୍ୟବହୃତ ହେଉଥିବା ୫୨ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ ହୋଇଥିଲା। ଏତେ ପରିମାଣରେ ଘରୋଇ ଗ୍ୟାସ ସିଲିଣ୍ଡର ଏକ ବେସରକାରୀ ପ୍ରତିଷ୍ଠାନରେ ବ୍ୟବହାରକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହାସହ ଏହି ଘଟଣାକୁ ଗୁରୁତର ସହିତ ଗ୍ୟାସ କମ୍ପାନୀ ମାନଙ୍କର କର୍ତ୍ତୃପକ୍ଷ ନେଇଥିବାର ଜଣାପଡିଛି। ଏଣୁ ବୁଧବାର ଦିନ ତିନୋଟି ସରକାରୀ ଗ୍ୟାସ କମ୍ପାନୀର ତଦନ୍ତକାରୀ ଅଧିକାରୀମାନେ ସମ୍ବଲପୁରକୁ ତଦନ୍ତ କରି ମାମଲାର ଖୋଳତାଡ କରିଛନ୍ତି। ଅଧିକାରୀମାନେ ଏତେ ପରିମାଣରେ ଘରୋଇ ଗ୍ୟାସ ସିଲିଣ୍ଡର କେମିତି ଆସିଲା, କେଉଁ ଡିଲର କିମ୍ବା ଡିଷ୍ଟ୍ରିବ୍ୟୁଟର ତରଫରୁ ଏହା ଦିଆଯାଉଥିଲା, କେତେ ଦିନ ହେବ ଏହି ଗୋରଖ ଧନ୍ଧା ଚାଲିଥିଲା ଆଦି ବିଭିନ୍ନ ବିଷୟକୁ ନେଇ ଏହି ଅଧିକାରୀମାନେ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ ଚଳାଇଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଜିଲା ପ୍ରଶାସନ ତରଫରୁ ଜାରି ଘରୋଇ ଆବାସିକ ବୈଦିକ କଲେଜରେ ଜିଲା ଯୋଗାଣ ବିଭାଗ ତରଫରୁ ଚଢ଼ାଉ ସମୟରେ ବେଆଇନ ଭାବରେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିଲା। ଘରୋଇ ବ୍ୟବହାର ପାଇଁ ଉପଯୋଗୀ ଏହି ସିଲିଣ୍ଡର ଗୁଡିକ ଶିକ୍ଷାନୁଷ୍ଠାନର ହଷ୍ଟେଲ ଗୁଡିକରେ ବ୍ୟବସାୟିକ ଭିତ୍ତିରେ ବ୍ୟବହାର ପାଇଁ ହେଉଥିଲା ବୋଲି ଯୋଗାଣ ବିଭାଗ ସୂଚନା ଦେଇଥିବା ବେଳେ କିନ୍ତୁ ଶିକ୍ଷାନୁଷ୍ଠାନୁଷ୍ଠାନ କର୍ତ୍ତୃପକ୍ଷ ଏହା କର୍ମଚାରୀମାନଙ୍କର ଘରୋଇ ବ୍ୟବହାର ପାଇଁ ବୋଲି ଯୁକ୍ତି ବାଢ଼ି ଥିଲେ। ଏଣୁ ପ୍ରଶାସନ ଏଥି ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇ ନିଜ ତରଫରୁ ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ୟାସ କମ୍ପାନୀ ତରଫରୁ ମଧ୍ୟ ଖୋଳତାଡ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ନାମରେ ବହୁ ପ୍ରକାରର ସଙ୍ଗୀନ ଅଭିଯୋଗ ମାନ ରହିଥିବା ବେଳେ ସବୁ ବେଳେ କୌଣସି ନା କୌଣସି କାରଣରୁ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିଯାଉଥିବାରୁ ଏଥର ମାମଲାରେ କି ପଦକ୍ଷେପ ଗ୍ରହଣ କରାଯାଉଛି ସେନେଇ ସହରବାସୀ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories