ଭୁବନେଶ୍ୱର: କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶନାମା ଅନୁସାରେ ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ ପକ୍ଷରୁ ଭିଜିଲାନ୍ସ ସଚେତନତା ଅଭିଯାନ ଓଡିଶାର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବଇଁଚୁଆ ଗ୍ଲାମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏଠାରେ ଅନୁଷ୍ଠିତ ଗ୍ରାମ ସଭାରେ ସରପଞ୍ଚ ରସ୍ମିତା ସାହୁ, ମୁଖ୍ୟ ପ୍ରବନ୍ଧକ ଟି.କେ ଜୈନ, ଏ.କେ. ସକ୍ସେନା, ମୁଖ୍ୟ ପ୍ରବନ୍ଧକ (ସତର୍କତା), ଭୋପାଳ, ରାଜ୍ୟ ପ୍ରବନ୍ଧକ (ଛତିଶଗଡ଼ ଓ ଓଡ଼ିଶା) ଓମ୍ ପାଲ ଗୁପ୍ତା ଏବଂ ଆଞ୍ଚଳିକ ପ୍ରବନ୍ଧକ ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଗ୍ରାମସଭାରେ ପ୍ରାୟ ୫୫ ଜଣ ଚାଷୀ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମରେ ଜନସ୍ୱାର୍ଥ ପ୍ରକାଶ ଏବଂ ସୂଚନାଦାତାଙ୍କ ସୁରକ୍ଷା (ପିଆଇଡିପିଆଇ) ଅଭିଯୋଗ ସମ୍ପର୍କରେ ବୈଠକରେ ବିସ୍ତୃତ ସୂଚନା ଦିଆଯାଇଥିଲା।
Popular Categories



