www.samajalive.in
Monday, December 8, 2025
27.1 C
Bhubaneswar

କ୍ୟାପିଟାଲ ହସ୍ପିଟାଲ ଶିଶୁ ଅଦଳବଦଳ ଘଟଣା, କନ୍ୟା ସନ୍ତାନର ଆଜି ହେବ ଡିଏନ୍‌ଏ ପରୀକ୍ଷା

ଭୁବନେଶ୍ବର: ରାଜଧାନୀ ଚିକିତ୍ସାଳୟ (କ୍ୟାପିଟାଲ ହସ୍ପିଟାଲ)ରେ ନବଜାତ ଶିଶୁ ଅଦଳବଦଳ ଘଟଣାରେ ସୋମବାର କନ୍ୟା ସନ୍ତାନର ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି କ୍ୟାପିଟାଲ ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି। ବାପା, ମା’ ଓ ପିଲାର ନମୁନା ସଂଗ୍ରହ କରାଯିବା ସହ ଏହାକୁ ପରୀକ୍ଷାଗାରକୁ ପଠାଯିବ। ସମ୍ପୃକ୍ତ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରବିବାର ନମୁନା ସଂଗ୍ରହ ହୋଇପାରିନଥିବା ଜଣାପଡ଼ିଛି। ଡାକ୍ତରୀ ଦଳଙ୍କ ତଦନ୍ତ ରିପୋର୍ଟକୁ ଅଭିଯୋଗକାରୀ ଗ୍ରହଣ ନ କରିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଏହି ବିବାଦର ପୂର୍ଣ୍ଣଚ୍ଛେଦ ଘଟିବ ବୋଲି ପୁଲିସ ଆଶା ବାନ୍ଧିଛି। ମା’ ଓ ଶିଶୁକନ୍ୟା ଏବେସୁଦ୍ଧା ଡାକ୍ତରଖାନାରେ ଅଛନ୍ତି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories