www.samajalive.in
Monday, December 8, 2025
20.1 C
Bhubaneswar

ଇକୋ କ୍ଲବର ଜିଲାସ୍ତରୀୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ସମ୍ବଲପୁର: ସମ୍ବଲପୁରର ଜିଲା ପ୍ରେକ୍ଷାଳୟ ତପସ୍ୱିନୀ ଠାରେ ଇକୋ କ୍ଲବର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରର ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି ମୁଖ୍ୟ ଅତିଥି, ଡିଏଫଓ ନିଳାମ୍ବରନ ବିଶ୍ୱନାଥନ, କାର୍ଯ୍ୟକ୍ରମ ଅଧିକାରୀ ପ୍ରଭାତ ଦାସ, ସାମାଜିକ ଉଦିତ ଚନ୍ଦ୍ର ପାଟ୍ଟଯୋଶୀ, ଏସିଏଫ ରାଜଶ୍ରୀ ତ୍ରିପାଠୀ ଓ ଜିଲା ଶାରିରୀକ ଶିକ୍ଷାଧିକାରୀ ଜଗବନ୍ଧୁ ବେହେରା ଓ ପାର୍ଥସାରଥୀ ପ୍ରଧାନ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଦିନବ୍ୟାପି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲାର ୯ଟି ବ୍ଲକରେ ଥିବା ୫୨୯ଟି ଇକୋ କ୍ଲବର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ଦକ୍ଷତା ବିକାଶ ପ୍ରଶିକ୍ଷଣ ନେଇଥିଲେ। ଏହି ଅବସରରେ ଇକୋ କ୍ଲବର ଗୁରୁତ୍ୱ, ସରକାରୀ ପ୍ରୋତ୍ସାହନ, କିଭଳି ଭାବରେ ଛାତ୍ରଛାତ୍ରୀଙ୍କ ଇକୋ କ୍ଲବ ମାଧ୍ୟମରେ ପରିବେଶ ପ୍ରତି ସଚେତନତା କରିବା, ଇକୋ କ୍ଲବ ଜରିଆରେ ପରିବେଶ ସୁରକ୍ଷା ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ପରେ ପ୍ରଶ୍ନଉତ୍ତୋରୀ କାର୍ଯ୍ୟକ୍ରମ ଜରିଆରେ ପ୍ରଶିକ୍ଷାର୍ଥୀ ମାନେ ମନରେ ଥିବା ସନ୍ଦେହ ଗୁଡିକୁ ଦୂର କରିଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories