www.samajalive.in
Monday, December 8, 2025
20.1 C
Bhubaneswar

ଯୋଗାଣ ସହାୟକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି

ସମ୍ବଲପୁର: ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ତରଫରୁ ଯୋଗାଣ ସହାୟକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବି ପାଇଁ ଏକ ଦାବିପତ୍ର ଶାସନ ସଚିବଙ୍କୁ ପ୍ରଦାନ କରିଛନ୍ତି। ଶୁକ୍ରବାର ସମ୍ବଲପୁର ଜିଲାପାଳଙ୍କ ଜରିଆରେ ସଂଘର ସମ୍ବଲପୁର ଶାଖା ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୭୦୪୦/୨୦୧୨ ଅନୁଯାୟୀ ସମସ୍ତ ଜିଲାପାଳଙ୍କ ପ୍ରତ୍ୟେକ ପଞ୍ଚାୟତରେ ଯୋଗାଣ ସହାୟକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଣୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୩ ମସିହାରେ ଜିଲାପାଳଙ୍କ ଅନୁମୋଦନ ଦ୍ୱାରା ୪୨୨୫ ଜଣ ସହାୟକ ନିଯୁକ୍ତି ପାଇ ଗ୍ରାମ ପଞ୍ଚାୟତରେ ପିଡିଏସ କାର୍ଯ୍ୟ କରି ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା ବୃଦ୍ଧବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତି ମାନେ ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପାରୁ ନ ଥିବାରୁ ସେମାନଙ୍କ ଘରକୁ ଘର ଯାଇ ପିଡିଏସ ସାମଗ୍ରୀ ସେମାନେ ଦେଇ ଆସିବା ସହିତ ଗ୍ରାମ ପଞ୍ଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି। ୨୦୧୩ ମସିହାରୁ ଗ୍ରାମ ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନାତକ ଡିଗ୍ରୀ ଧାରୀ ବ୍ୟକ୍ତି ବିଶେଷ ମାନଙ୍କୁ ଯୋଗାଣ ସହାୟକ ପଦବୀରେ ନିଯୁକ୍ତି ଦିଆଯାଇଥିଲେ ସୁଦ୍ଧା ସେମାନଙ୍କୁ ସ୍ୱଳ୍ପ ବେତନ ଦିଆଯାଉଛି। ଏ ସମ୍ପର୍କରେ ବାରମ୍ବାର ସରକାରଙ୍କୁ ଲିଖିତ ଦାବି ସତ୍ୱେ ଯୋଗାଣ ସହାୟକ ମାନଙ୍କର କୌଣସି ବ୍ୟବସ୍ଥା କରୁ ନାହାନ୍ତି। ଏଣୁ ସଂଘ ପକ୍ଷରୁ ଆଜି ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ସହାୟକ ମାନଙ୍କୁ ଚାକିରୀ ସ୍ଥାୟିତ୍ୱ ଓ ମାସିକ ଦରମା ୨୫ ହଜାର ଟଙ୍କାକୁ ବୃଦ୍ଧି, ଯୋଗାଣ ସହାୟକ ମାନଙ୍କ ନାମରେ ପିଡିଏସ ଲାଇସେନ୍ସ ପ୍ରଦାନ, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ଓ ପରିବାରବର୍ଗଙ୍କ ମଧ୍ୟରୁ ଜଣକୁ ସରକାରୀ ଚାକିରୀ ପ୍ରଦାନ, ସହାୟକ ମାନଙ୍କୁ ପଞ୍ଚାୟତ ରାଜ ବିଭାଗରୁ ନିବୃତ କରି ଯୋଗାଣ ବିଭାଗରେ ଅର୍ନ୍ତଭୁକ୍ତ କରି ଏହି ପଦବୀକୁ ଆସିଷ୍ଟାନ୍ଟ ସପ୍ଲାଇ ଇନିସପେକ୍ଟର ନାମରେ ନାମିତ କରିବା, ଇ-ପିଓଏସ ଯନ୍ତ୍ର ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣ ସହାୟକଙ୍କୁ ପ୍ରଦାନ ଓ ମାସିକ ପିଡିଏସ ଆବଣ୍ଟନରେ ୨ ପ୍ରତିଶତ ନିଅଣ୍ଟକୁ ଭରଣା କରାଯାଉ ବୋଲି ଦାବି କରାଯାଇଛି। ଉପରୋକ୍ତ ଦାବି ଗୁଡିକ ପ୍ରତି ସରକାର ଆଗାମୀ ୨ ରୁ ୩ ଦିନ ମଧ୍ୟରେ ସମାଧାନ ନ କଲେ ସଂଘ ଆଗାମୀ ଦିନରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଦନ ପଟେଲ, ଏ. ସୁମନ ବାବୁ ରାଓ, ପ୍ରମୋଦ କୁମାର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories