ଅଜଣା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରର ଉପକଣ୍ଠସ୍ଥ ସଦର ଥାନାଞ୍ଚଳରେ ଏକ ଅଜଣା ଶବ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ହରଡ ଯୋର ନାଳାରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସକୁ ଜଣାଇଥିଲେ। ଏଣୁ ପୁଲିସ ଘଟଣାସ୍ଥଳକୁ ପହୁଞ୍ôଚ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ଆନୁମାନିକ ବୟସ ୫୦ ରୁ ୬୦ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ ଅନୁମାନ କରୁଛି। ଏ ସମ୍ପର୍କରେ ଅପମୃତ୍ୟୁ ମାମଲା ସଂଖ୍ୟା ୧୬/୨୦୨୩ ରୁଜୁ କରି ପୁଲିସ ମୃତକଙ୍କ ପରିଚୟ ଖୋଜୁଛି। ସୂଚନାଯୋଗ୍ୟ ଯେ, ଗତ ଶନିବାର ମଧ୍ୟ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସମାନ ଅବସ୍ଥାରେ ନାଳାରେ ମିଳିଥିବା ବେଳେ ଆଜି ପର୍ଯ୍ୟନ୍ତ ତାର ପରିଚୟ ମଧ୍ୟ ମିଳି ପାରି ନାହିଁ।

kalyan agarbati

Comments are closed.