www.samajalive.in
Monday, December 8, 2025
14.1 C
Bhubaneswar

ଅସାମାଜିକଙ୍କ ଉପରେ ଅଙ୍କୁଶ ଲଗାଇବାକୁ ପୁଲିସର ପ୍ରୟାସ

ସମ୍ବଲପୁର: ସମ୍ବଲପୁରରେ ଦିନକୁ ଦିନ ଚୋରି, ଲୁଟ ଆଦି ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ସମ୍ବଲପୁର ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରୁଛି। ଏହି କ୍ରମରେ ରାତ୍ରି ୧୧ଟା ପରେ ବିଭିନ୍ନ ସ୍ଥାନରେ ଚେକିଂ କରାଯିବା ସହିତ ସନ୍ଦିଗ୍ଧ ଭାବରେ ବୁଲୁଥିବା ବ୍ୟକ୍ତି, ସନ୍ଦିଗ୍ଧ ବସ୍ତୁ ଆଦି ଗୁଡିକୁ ଥାନାକୁ ଅଣାଯାଇ ଯାଞ୍ଚ, ଆବଶ୍ୟକସ୍ଥଳରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଦି ବିଭିନ୍ନ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଶୁକ୍ରବାର ରାତ୍ରିରୁ ଆରମ୍ଭ କରାଯାଇଛି। ଏଥି ସହ ସହରର ମୁଖ୍ୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଗୁଡିକରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ସ୍ୱତନ୍ତ୍ର କ୍ୟାବିନର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହି କ୍ୟାବିନ ଗୁଡିକରେ ସ୍ୱତନ୍ତ୍ର ଭାବରେ ୨୪ ଘଣ୍ଟିଆ ପୁଲିସ କର୍ମଚାରୀ ଡ୍ୟୁଟି କରିବେ। ଏଥିରେ ସ୍ୱତନ୍ତ୍ର ଉଚ୍ଚକ୍ଷମତା ବିଶିଷ୍ଟ ସିସିଟିଭି ଲଗାଯାଇ ଉକ୍ତ ପ୍ରବେଶ ଓ ପ୍ରସ୍ଥାନ ପଥ ଗୁଡିକୁ ନଜର ରଖାଯିବ। ଉକ୍ତ ସ୍ଥାନରେ ସବୁ ସମୟରେ ପିସିଆର ଭ୍ୟାନର ବ୍ୟବସ୍ଥା ମଧ୍ୟ ରହିବ। କୌଣସି ଲୁଟିଆ କିମ୍ବା ଅପରାଧି ଅପରାଧିକ ଗତିବିଧି ଘଟାଇ ଯେଭଳି ସହରରୁ ଖସି ଯାଇ ନ ପାରିବ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ସ୍ଥାନୀୟ ଚାଉଁରପୁର ବ୍ରିଜ ଓ ଲକ୍ଷ୍ମୀ ଡୁଙ୍ଗୁରୀ ଅଞ୍ଚଳରେ ୨ଟି କେବିନ ସ୍ଥାପନ କରାଯାଇ ପୁଲିସ ମୁତୟନ କରାଯାଇଛି।

ଅପରପକ୍ଷରେ ୭ ମାର୍ଚ୍ଚ ୨୦୧୯ ମସିହାରେ ତତ୍କାଳୀନ ଏସପି ସଞ୍ଜୀବ ଅରୋରାଙ୍କ ସମୟରେ ସହରର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ସମେତ ପ୍ରବେଶ ଓ ପ୍ରସ୍ଥାନ ପଥ ଗୁଡିକରେ ଅପରାଧ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ସମେତ ଉଚ୍ଚ କ୍ଷମତା ସମ୍ପନ୍ନ ୬୫ଟି ସିସିଟିଭି ଗୁଡିକ ଲଗାଯାଇଥିଲା। ପରବର୍ତ୍ତୀ ସମୟରେ ସାରା ସହରରେ ଶତାଧିକ ସିସିଟିଭି ପୁଲିସ ପକ୍ଷରୁ ଲଗାଯାଇଥିବା ବେଳେ ୨୦୧୯ ମସିହାରୁ ଅପରାଧ କମିବା ଅପେକ୍ଷା ଦିନକୁ ଦିନ ଆଶାତୀତ ଭାବରେ ବୃଦ୍ଧି ପାଇଛି। ବିଡମ୍ବନାର ବିଷୟ ଯେ ଖୋଦ ଏସପିଙ୍କ କାର୍ଯ୍ୟାଳୟ ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜିଙ୍କ ବାସଭବନ ଆଦି ଅଞ୍ଚଳରୁ ଲୁଟିଆ ମାନେ ସୁନା ଚେନ, ଗହଣା, ଟଙ୍କା, ମୋବାଇଲ ଆଦି ଲୁଟ କରି ଫେରାର ମାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲାରେ ପୁଲିସ ଅପରାଧିଙ୍କୁ ଧରିବାରେ ସଫଳ ହୋଇ ପାରି ନାହିଁ। ଏଣୁ ପୁଲିସର ଏହି ନୂତନ କ୍ୟାବିନ ବ୍ୟବସ୍ଥା କେତେ ଅପରାଧ ନିୟନ୍ତ୍ରଣରେ କାରଗର ହେବ, ତାହା ଭଗବାନଙ୍କୁ ହିଁ ଜଣା ବୋଲି ସହରବାସୀ ମତ ଦେଉଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories