ଏନଏଲସିର ପାଉଁଶ ବନ୍ଧ ନିର୍ମାଣ, ଜନଶୁଣାଣୀକୁ ତୀବ୍ର ବିରୋଧ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକର ଠେଲକୋଲୋଇ ଗ୍ରାମ ପଞ୍ଚାୟତ ଠାରେ ଆଜି ଏନଏଲସି କମ୍ପାନୀର ପାଉଁଶ ବନ୍ଧ (ଆଶ୍ ଡାଇକ୍) ପ୍ରକଳ୍ପ ନିର୍ମାଣ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଝାରସୁଗୁଡା ଜିଲ୍ଲାରେ ଏନଏଲସି କମ୍ପାନୀ ପାୱାର ପ୍ଲାଣ୍ଟ କରିବ ଏବଂ ସମ୍ବଲପୁର ଜିଲ୍ଲା ଠେଲକଲୋଇ ଠାରେ ମୋଟ ୧୮୩ ଏକର ଜମି ଅଧିଗ୍ରହଣ କରି ୧୫୩ ଏକର ଜମିରେ ଆଶ୍ ଡାଇକ ପ୍ରକଳ୍ପ କରିବା ପାଇଁ ଆଜି ଜନଶୁଣାଣୀ ଶିବିର ଆୟୋଜିତ ହୋଇଥିଲା। ତେବେ ଜନଶୁଣାଣୀ ଶିବିର ଆରମ୍ଭ ହେବା ପୂର୍ବରୁ ଠେଲକଲୋଇ ଗ୍ରାମ ର ଶହ ଶହ ଗ୍ରାମବାସୀ ପଞ୍ଚାୟତ ରାସ୍ତା ମଝିରେ ବସି ଏନଏଲସି ଗୋବ୍ୟାକର ପ୍ଳା କାର୍ଡ ଧରି ସ୍ଲୋଗାନ ଦେଇ ଆଶ ଡାଇକ୍ କରାଇ ଦେବୁ ନାହିଁ ବୋଲି ସ୍ଳୋଗାନ ଦେଇଥିଲେ।

Comments are closed.