ବସ୍ତା : ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦରୋଡ଼ ଛକ ନିକଟରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ଼ମ୍ଫର ଧକ୍କାରେ ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ମୃତ ଶିଶୁ ବସ୍ତା ଥାନା ବାଗଲଡ଼ିହା ଗ୍ରାମର ବିପ୍ଳବ ଗାଣ୍ ଙ୍କ ଝିଅ ଖୁସି। ଉକ୍ତ ଡ଼ମ୍ଫରର ଚାଳକକୁ ପୁଲିସ ଗିରଫ କରିଛି। ସରପଞ୍ଚ ରବୀନ୍ଦ୍ର ମହାନ୍ତି, ପ୍ରଦୀପ ବେହେରା, ବସନ୍ତ ବାରିକଙ୍କ ନେତୃତ୍ୱରେ ରାସ୍ତାରୋକ ଆନ୍ଦୋଳନ ହୋଇଥିବା ସୂଚନା ମିଳିଛି।
Popular Categories



