ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଦିନିଆ ସାଉଦି ଆରବ ଗସ୍ତ ସାରି ବୁଧବାର ସକାଳେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ସେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସାଉଦି ଆରବର ଶୀର୍ଷ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ହେବା ସହିତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ସହଯୋଗକୁ ଅଧିକ ମଜଭୁତ କରିବା ଲାଗି ଉଦ୍ୟମ କରାଯାଇଛି। ଦୁଇ ଦେଶ ପରସ୍ପରର ସହଯୋଗ ପାଇଁ ରହିଥିବା ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ତତ୍କାଳ ନିଷ୍ପତ୍ତି ନେବା ଲାଗି ମିଳିତ ସାମରିକ ଭାଗିଦାରୀ ପରିଷଦ ଗଠନ କରିବା ଲାଗି ସ୍ଥିର ହୋଇଛି। ଏହାବ୍ୟତୀତ ସାଉଦି ରାଜା ସଲମାନ ବିନ୍ ଅବଦୁଲ ଅଜିଜ ଏବଂ ତାଙ୍କ ଉତ୍ତରାଧିକାରୀ ଯୁବରାଜ ମହମ୍ମଦ ବିଲ ସଲମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ତୈଳ-ଗ୍ୟାସ, ପ୍ରତିରକ୍ଷାଠାରୁ ଆରମ୍ଭ କରି ବିଭିନ୍ନ ଚୁକ୍ତି ସ୍ବାକ୍ଷରିତ ହୋଇଛି।
ସାଉଦି ଆରବରୁ ଫେରିଲେ ପ୍ରଧାନମନ୍ତ୍ରୀ; ତୈଳ, ପ୍ରତିରକ୍ଷା, ଉଦ୍ୟୋଗ କ୍ଷେତ୍ରରେ ଚୁକ୍ତି ସ୍ବାକ୍ଷରିତ
Popular Categories



