www.samajalive.in
Saturday, December 13, 2025
26.1 C
Bhubaneswar

ମଲ୍ଲୀପଶି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଳକ ମଲ୍ଲୀପଶିର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପୁର୍ବ ବର୍ଷ ପରି ଏବର୍ଷ ମଧ୍ୟ ତିନଟି ଭବ୍ୟ ରଥକୁ ନେଇ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ରଥଯାତ୍ରାର ମୁଖ୍ୟ ଆକର୍ଷଣ ସୁଭଦ୍ରାଙ୍କ ରଥକୁ କେବଳ ମା, ଭଉଣୀ ମାନଙ୍କ ଦ୍ଵାରା ଟଣା ହୋଇଥାଏ ଯାହାକି ଅନ୍ୟତ୍ର ବିରଳ। ଏହି ରଥଯାତ୍ରାକୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ସମାଗମ ହୋଇଥାଏ। ଏହି ଯାତ୍ରାରେ ପୁଲିସ ବାହିନୀ, ଏନ.ସି.ସି ବିଭାଗ ଆଞ୍ଚଳିକ ମହାବିଦ୍ୟାଳୟର ସ୍ଵାମ ପାଟଣା,ଡ୍ରାଇଭର ମହାସଂଘ, ଭରଷା ପରିବାର, କୁଡୁମୀ ସେନା, ଅଗ୍ନିଶ୍ରମ ବିଭାଗ ଇସ୍କନ୍ ବିଭାଗ, ସମାଜ ସେବୀ ମାଧବ ନନ୍ଦ ପୁଷ୍ଟି ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ। ସମସ୍ତେ ସହଯୋଗର ହାତ ବଢ଼ାଇ ଏବର୍ଷ ମଧ୍ୟ ଏହି ରଥକୁ ସଫଳ କରିବା ପାଇଁ ଅନୁରୋଧ କରାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories