ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ଜଣେ ନକଲି ବି.ଈ.ଡି ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି।ଅନ୍ୟପଟେ ଗୋଟିଏ ସମୟରେ ଦୁଇ ଦୁଇଟି ଶିକ୍ଷାଗତ ପ୍ରମାଣପତ୍ର ମାମଲାରେ ଶିକ୍ଷା ବିଭାଗ ପକ୍ଷରୁ ୩ଜଣ ପ୍ରାଥମିକ ଶିକ୍ଷୟତ୍ରୀକୁ ଚାକିରୀରୁ ନିଲମ୍ବନ କରାଯାଇଛି। ପ୍ରକାଶ ଯେ ଜିଲ୍ଲାରେ ନକଲି ଶିକ୍ଷାଗତ ପ୍ରମାଣପତ୍ରରେ ଚାକିରୀ ହାତେଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ଯାଂଚ ଜୋରସୋରରେ ଚାଲିଥିଲା। ଯାଂଚ ସମୟରେ ହରଭଙ୍ଗା ବ୍ଲକର ନକଲି ବିଇଡି ସାର୍ଟିଫିକେଟ ଦେଇ ବାହାଲି ସ୍କୁଲର ଶିକ୍ଷକ ବିନୋଦ କୁମାର ଷଡଙ୍ଗୀଙ୍କୁ ଚାକିରୀରୁ ବହିସ୍କୃତ କରାଯାଇଛି। ଏହା ସହିତ ଗୋଟିଏ ସମୟରେ ଗ୍ରାଜୁଏସନ ସହିତ ବିଇଡି କରିଥିବା ଶିକ୍ଷୟତ୍ରୀ ନିତମ୍ବିନୀ ନନ୍ଦ (ରାୟପୁର ପ୍ରାଥମିକ ସ୍କୁଲ), ଉତମା ଯାନୀ (ସାତଖଣ୍ଡ ପ୍ରାଥମିକ ସ୍କୁଲ) ଏବଂ ଅନୁସୟା ଯାନୀ (ଆଡେଣିଗଡ଼ ପ୍ରାଥମିକ ସ୍କୁଲ) ଭଳି ୩ଜଣଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ଡା ଉଦୟନାଥ ମାଝୀ ସୂଚନା ଦେଇଛନ୍ତି।
Popular Categories



