ୱେଲିଂଟନ୍ : ୱେଲିଂଟନ୍ର ବେସିନ୍ ରିଜର୍ଭଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ୍ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି।
ନ୍ୟୁଜିଲାଣ୍ଡର ପ୍ରଥମ ଇନିଙ୍ଗ୍ସ୍ ସ୍କୋରଠାରୁ ୧୮୩ ରନ୍ ପଛରେ ଥିବା ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ୧୯୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିଜୟ ପାଇଁ ୯ ରନ୍ର ଆବଶ୍ୟକତା ଥିବାବେଳେ ନ୍ୟୁଜିଲାଣ୍ଡ ୧୦ଟି ବଲରେ ଏହି ଲକ୍ଷ୍ୟ ହାସଲ କରିନେଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଛି।
ଏହା ହେଉଛି ନ୍ୟୁଜିଲାଣ୍ଡର ୧୦୦ତମ ଟେଷ୍ଟ ବିଜୟ। ପୂର୍ବରୁ ନ୍ୟୁଜିଲାଣ୍ଡ ନିଜର ପ୍ରଥମ ଇନିଂସରେ ଭାରତର ୧୬୫ ରନ୍ର ଜବାବରେ ୩୪୮ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଫେବୃୟାରୀ ୨୯ ତାରିଖ ଦିନ କ୍ରାଏଷ୍ଟ ଚର୍ଚ୍ଚର ହାଗ୍ଲେ ଓଭାଲ୍ଠାରେ ଖେଳାଯିବ।



