www.samajalive.in
Wednesday, December 10, 2025
26.1 C
Bhubaneswar

ଆରମ୍ଭ ହେବ ନୂତନ ବର୍ଷ, ଜାଣନ୍ତୁ ଚମକିବ କେଉଁମାନଙ୍କ ଭାଗ୍ୟ ଓ ରାଶି ଅନୁଯାୟୀ ଶୁଭ ରଙ୍ଗ

ନୂତନ ବର୍ଷ ୨୦୨୦ ଆପଣଙ୍କର କିପରି ବିତିବ? କେଉଁ ଜିନିଷ ଆପଣଙ୍କ ପାଇଁ ଶୁଭ ରହିବ? କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କୁ ସୌଭାଗ୍ୟ ପ୍ରାପ୍ତି ହେବ? ଏଭଳି କିଛି ପ୍ରଶ୍ନ ବହୁ ଲୋକଙ୍କ ମନରେ ବର୍ତ୍ତମାନ ଉଙ୍କି ମାରୁଥିବ। ତେବେ ଜାଣନ୍ତୁ ୨୦୨୦ରେ କେଉଁ ରଙ୍ଗ ଆପଣଙ୍କ ରାଶି ପାଇଁ ଶୁଭଫଳ ପ୍ରଦାନ କରିବ….
ମେଷ ରାଶି –
ଏହି ରାଶିର ମହିଳା ଅଥବା ପୁରୁଷଙ୍କ ପାଇଁ ୨୦୨୦ରେ ଲାଲ ରଙ୍ଗ ଖୁବ ଶୁଭଫଳ ପ୍ରଦାନ କରିବ। ଏହି ରଙ୍ଗର ପୋଷାକ ସହ ବିଭିନ୍ନ ବସ୍ତୁ ବ୍ୟବହାର କରିପାରିବେ। ଯେଉଁ କୌଣସି କାର୍ଯ୍ୟରେ ଯିବା ପୂର୍ବରୁ ଲାଲ ରଙ୍ଗର ବ୍ୟବହାର କରିବା ଦ୍ୱାରା ସଫଳତା ମିଳିବ। ଏହାସହ ବର୍ଷଯାକର ୮୫% ଆପଣଙ୍କ ପାଇଁ ବେଶ ଶୁଭଙ୍କର।
ବୃଷ ରାଶି –
ଏହି ରାଶି ପାଇଁ ଧଳା ରଙ୍ଗ ବେଶ ଶୁଭଦାୟକ। ଏହି ରଙ୍ଗ ଆପଣଙ୍କ ଜୀବନରେ ଶାନ୍ତି ଓ ସଫଳତାର ନୂତନ ମାର୍ଗ ଆଣିବ। ଏହାସହ ବର୍ଷଯାକର ୭୦% ଆପଣଙ୍କ ପାଇଁ ବେଶ ଉତ୍ତମ।
ମିଥୁନ ରାଶି –
ଏହି ରାଶି ପାଇଁ ସବୁଜ ରଙ୍ଗ ବେଶ ଉତ୍ତମ। ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଦ୍ୱାରା କାର୍ଯ୍ୟରେ ଥିବା ବାଧାବିଘ୍ନ ଦୂର ହେବା ସହ ସଫଳତା ପ୍ରାପ୍ତି ହେବ। ଏହାସହ ବର୍ଷଯାକର ୭୫% ଆପଣଙ୍କ ପାଇଁ ଖୁବ ଶୁଭ।
କର୍କଟ ରାଶି –
ଏହି ରାଶି ପାଇଁ ବାଇଗଣୀ ରଙ୍ଗ ବେଶ ଶୁଭଙ୍କର। ଏହି ରଙ୍ଗ ଆପଣଙ୍କ ଜୀବନର ବାଧାବିଘ୍ନ ଓ ରୋଗ ଦୂର କରିବ। ବର୍ଷଯାକ ଏହି ରଙ୍ଗ ଆପଣଙ୍କ ପାଇଁ ଭାଗ୍ୟଶାଳୀ। ଜାଣି ଶୁଣି କୌଣସି ବିବାଦରେ ପଡନ୍ତୁ ନାହିଁ। ଏହାସହ ବାଇଗଣୀ ଫୁଲ ଥିବା ଏକ ବୃକ୍ଷ ନିଜ ସହ ଘରକୁ ଆଣନ୍ତୁ। ଏହାସହ ବର୍ଷଯାକର ୭୫% ଆପଣଙ୍କ ପାଇଁ ଖୁବ ଶୁଭ।
ସିଂହ ରାଶି –
ଏହି ରାଶି ପାଇଁ ଗୋଲାପି ରଙ୍ଗ ବେଶ ଶୁଭଙ୍କର। ଏହି ରଙ୍ଗ ଆପଣଙ୍କ ଜୀବନରେ ଖୁବ ଭଲପାଇବା ଭରିଦେବ। ଆପଣ ଏହି ରଙ୍ଗ ଚୁନରୀ, ପର୍ସ, ବ୍ରେସଲେଟ୍‍ ଆଦି ବ୍ୟବହାର କରିପାରିବେ। ଏହି ରଙ୍ଗ ପ୍ରେମୀଯୁଗଳଙ୍କ ପାଇଁ ଖୁବ ମହତ୍ତ୍ୱ ପ୍ରଦାନ କରିବ। ଏହାସହ ବର୍ଷଯାକର ୭୦% ଆପଣଙ୍କ ପାଇଁ ବେଶ ଉତ୍ତମ।
କନ୍ୟା ରାଶି –
ଏହି ରାଶି ପାଇଁ ହାଲକା ସବୁଜ ରଙ୍ଗ ବେଶ ଶୁଭଙ୍କର। ଏହି ରଙ୍ଗ ଆପଣଙ୍କୁ ସଠିକ ମାର୍ଗ ଦେଖାଇବ। ଏହି ରାଶିର ବ୍ୟକ୍ତି ମାନେ ଘର ସମ୍ମୁଖରେ ଗଛ ଲଗାଇବା ଖୁବ ଉତ୍ତମ। ଏହାସହ ବର୍ଷଯାକର ୭୫% ଆପଣଙ୍କ ପାଇଁ ଖୁବ ଶୁଭ।
ତୁଳା ରାଶି –
ଏହି ରାଶି ପାଇଁ କ୍ରିମ (ଘିଅ) ରଙ୍ଗ ଖୁବ ଶୁଭଙ୍କର। ଏହି ରଙ୍ଗର ଯେକୌଣସି ଜିନିଷ ନିଜ ପାଖରେ ରଖନ୍ତୁ। ଏହାସହ ବର୍ଷଯାକର ୬୦% ଆପଣଙ୍କ ପାଇଁ ଖୁବ ଶୁଭ।
ବିଛା ରାଶି –
ଏହି ରାଶି ପାଇଁ ନାରଙ୍ଗୀ ରଙ୍ଗ ଖୁବ ଶୁଭ। ଏହି ରଙ୍ଗର ଫଳ ଓ ପନିପରିବା ଖାଆନ୍ତୁ। ଏପରି କରିବା ଦ୍ୱାରା ଆପଣ ସୁସ୍ଥବାନ ରହିବେ। ଏହାସହ ବର୍ଷଯାକର ୮୦% ଆପଣଙ୍କ ପାଇଁ ଖୁବ ଶୁଭ।
ଧନୁ ରାଶି –
ଏହି ରାଶି ପାଇଁ ହଳଦିଆ ରଙ୍ଗ ବେଶ ଶୁଭଙ୍କର। ଏହି ରଙ୍ଗର ପର୍ସ ଓ ବସ୍ତ୍ର ପିନ୍ଧିବା ଖୁବ ଉତ୍ତମ। ଏହି ରଙ୍ଗର ବସ୍ତୁ ମଧ୍ୟ ଦାନ କରି ପାରିବେ ଏହାସହ ଏହି ରଙ୍ଗ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଶୁଭ। ବର୍ଷଯାକର ୭୦% ଆପଣଙ୍କ ପାଇଁ ଖୁବ ଶୁଭ।
ମକର ରାଶି –
ଏହି ରାଶି ପାଇଁ ସବୁଜ ରଙ୍ଗ ଖୁବ ଶୁଭଙ୍କର। ଘରେ ଏହି ରଙ୍ଗର ଜିନିଷ ରଖିବା ଦ୍ୱାରା ଗୃହରେ ସୁଖଶାନ୍ତିର ବାତାବରଣ ରହିବ। କର୍ମକ୍ଷେତ୍ରରେ ମଧ୍ୟ ନିଜ ଟେବୁଲ ଉପରେ ଛୋଟ ଗଛ ରଖନ୍ତୁ। ଏହାସହ ବର୍ଷଯାକର ୭୫% ଆପଣଙ୍କ ପାଇଁ ଖୁବ ଶୁଭ।
କୁମ୍ଭ ରାଶି –
ଏହି ରାଶିର ବ୍ୟକ୍ତି ନୀଳ ରଙ୍ଗର ବସ୍ତୁ ଦାନ କଲେ ଖୁବ ଶୁଭଫଳ ମିଳିବ। ଜୀବନର ବାଧାବିଘ୍ନ ଦୂର ହେବ। ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ମନ ଶାନ୍ତ ଓ ମାନସିକ ଚିନ୍ତା ଦୂର ହେବ। ଏହାସହ ବର୍ଷଯାକର ୭୦% ଆପଣଙ୍କ ପାଇଁ ବେଶ ଉତ୍ତମ।
ମୀନ ରାଶି –
ଏହି ରାଶି ପାଇଁ ସୁନେଲୀ ରଙ୍ଗ ଶୁଭଙ୍କର। ହାତରେ କିମ୍ବା ଗଳାରେ ସୁନାର ଆଭୂଷଣ ପିନ୍ଧିବା ଖୁବ ଶୁଭ। ଏହାସହ ବର୍ଷଯାକର ୭୦% ଆପଣଙ୍କ ପାଇଁ ବେଶ ଉତ୍ତମ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories