www.samajalive.in
Saturday, December 6, 2025
16.1 C
Bhubaneswar

ନିଆରା ୱାଟର ଟ୍ୟାକ୍ସି; ଖାଲି ରାସ୍ତା ପାର ହେବା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ଏତେ ଟଙ୍କା

ଡେସ୍କ: ଦୁବାଇ ୟୁଏଇର ଏମିତି ଏକ ସହର, ଯାହାର ନାଁ ଶୁଣିଲେ ପ୍ରଥମେ ସୁଉଚ୍ଚ ତଥା ଭବ୍ୟ ଅଟ୍ଟାଳିକାମାନ ଆଖି ଆଗରେ ନାଚିଉଠେ। ସେଠାରେ ସ୍ୱଚ୍ଛ ରାସ୍ତା, ଚମତ୍କାର ସାଜସଜ୍ଜା, ଫାଉଣ୍ଟେନ୍‌, ସୁନ୍ଦର ବେଳାଭୂମି, ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଆଦି ରହିଛି। ପ୍ରକୃତି ଦ୍ବାରା ମରୁଭୂମିର ରୂପ ପାଇଥିବା ଦୁବାଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ଆଜି ଚମତ୍କାର ସହରରେ ପରିଣତ ହୋଇଛି। ଟେକ୍ନୋଲୋଜି ଏବଂ ବ୍ୟବସାୟ କଥା ଉଠିଲେ, ଦୁବାଇ ଦୁନିଆର ଶୀର୍ଷ ସହରମାନଙ୍କ ମଧ୍ୟରେ ଆସେ। ନିକଟରେ ଏହାର ଏକ ଛୋଟ ଉଦାହରଣ ସାମ୍ନାକୁ ଆସିଛି।

ଇନ୍‌ଷ୍ଟାଗ୍ରାମରେ ବୁଜୈର ମମୁଟୀ ନାମକ ହ୍ୟାଣ୍ଡିଲରୁ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଏକ ବଜାରର ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଚାରିଆଡ଼େ ଖାଲି ପାଣି ଭରି ରହିଛି। ଏଥିସହ ଭିଡିଓରେ ଲେଖାହୋଇଛି, ଦୁବାଇର ନୂତନ ସ୍ଥାୟୀ ୱାଟର ଟ୍ୟାକ୍ସି ସେବା। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ପଠାଣି କୁର୍ତ୍ତା ପିନ୍ଧିଥିବା ଜଣେ ବ୍ୟକ୍ତି ସୁଟ୍‌ ବୁଟ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ନିଆରା ଟ୍ୟାକ୍ସି ସେବା ସାହାଯ୍ୟରେ ରାସ୍ତା ପାର କରାଉଛନ୍ତି ଏବଂ ପ୍ରତିବଦଳରେ ସେ ଟଙ୍କା ମଧ୍ୟ ନେଉଛନ୍ତି। ଭିଡିଓ ଅନୁଯାୟୀ, ଏଥିପାଇଁ ବ୍ୟକ୍ତିଙ୍କୁ ୨ ଏଇଡି(ଭାରତୀୟ ମୁଦ୍ରାରେ ୪୫.୧୯ ଟଙ୍କା) ଦେବାକୁ ପଡ଼ୁଛି। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି।

- Advertisement -


ଭିଡିଓକୁ ଏପର୍ଯ୍ୟନ୍ତ ୨୦ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୩ ଲକ୍ଷର ଊର୍ଦ୍ଧ୍ବ ଲୋକ ଲାଇକ୍‌ କରିଛନ୍ତି। ଭିଡିଓ ଦେଖି ଇନ୍‌ଷ୍ଟାଗ୍ରାମ ୟୁଜରମାନେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି, ‘ଏହି କାମ ପାଇଁ ଉଭୟଙ୍କୁ ସମ୍ମାନ’। ସେହିପରି ଅନେକ ୟୁଜର ଏଭଳି ବୁଦ୍ଧିର ପ୍ରଶଂସା କରି ଲେଖିଛନ୍ତି ଯେ, ‘ପଠାନ୍‌ମାନେ ସର୍ବଦା ବ୍ୟବସାୟିକ ମନବୃତ୍ତିର ହୋଇଥା’ନ୍ତି। ଅପରପକ୍ଷେ, କେତେକ ୟୁଜର ଦୁବାଇ ରାସ୍ତାରେ ଏତେ ପାଣି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେମାନେ କହିଛନ୍ତି, ଏହି ଭିଡିଓ ଦୁବାଇର ନୁହେଁ, ଏହା ମୁମ୍ବଇର।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories