www.samajalive.in
Sunday, December 14, 2025
15.1 C
Bhubaneswar

ନିଆରା ୱାଟର ଟ୍ୟାକ୍ସି; ଖାଲି ରାସ୍ତା ପାର ହେବା ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ଏତେ ଟଙ୍କା

ଡେସ୍କ: ଦୁବାଇ ୟୁଏଇର ଏମିତି ଏକ ସହର, ଯାହାର ନାଁ ଶୁଣିଲେ ପ୍ରଥମେ ସୁଉଚ୍ଚ ତଥା ଭବ୍ୟ ଅଟ୍ଟାଳିକାମାନ ଆଖି ଆଗରେ ନାଚିଉଠେ। ସେଠାରେ ସ୍ୱଚ୍ଛ ରାସ୍ତା, ଚମତ୍କାର ସାଜସଜ୍ଜା, ଫାଉଣ୍ଟେନ୍‌, ସୁନ୍ଦର ବେଳାଭୂମି, ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ ଆଦି ରହିଛି। ପ୍ରକୃତି ଦ୍ବାରା ମରୁଭୂମିର ରୂପ ପାଇଥିବା ଦୁବାଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ଆଜି ଚମତ୍କାର ସହରରେ ପରିଣତ ହୋଇଛି। ଟେକ୍ନୋଲୋଜି ଏବଂ ବ୍ୟବସାୟ କଥା ଉଠିଲେ, ଦୁବାଇ ଦୁନିଆର ଶୀର୍ଷ ସହରମାନଙ୍କ ମଧ୍ୟରେ ଆସେ। ନିକଟରେ ଏହାର ଏକ ଛୋଟ ଉଦାହରଣ ସାମ୍ନାକୁ ଆସିଛି।

ଇନ୍‌ଷ୍ଟାଗ୍ରାମରେ ବୁଜୈର ମମୁଟୀ ନାମକ ହ୍ୟାଣ୍ଡିଲରୁ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଏକ ବଜାରର ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠାରେ ଚାରିଆଡ଼େ ଖାଲି ପାଣି ଭରି ରହିଛି। ଏଥିସହ ଭିଡିଓରେ ଲେଖାହୋଇଛି, ଦୁବାଇର ନୂତନ ସ୍ଥାୟୀ ୱାଟର ଟ୍ୟାକ୍ସି ସେବା। ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଯେ, ପଠାଣି କୁର୍ତ୍ତା ପିନ୍ଧିଥିବା ଜଣେ ବ୍ୟକ୍ତି ସୁଟ୍‌ ବୁଟ୍‌ରେ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଏହି ନିଆରା ଟ୍ୟାକ୍ସି ସେବା ସାହାଯ୍ୟରେ ରାସ୍ତା ପାର କରାଉଛନ୍ତି ଏବଂ ପ୍ରତିବଦଳରେ ସେ ଟଙ୍କା ମଧ୍ୟ ନେଉଛନ୍ତି। ଭିଡିଓ ଅନୁଯାୟୀ, ଏଥିପାଇଁ ବ୍ୟକ୍ତିଙ୍କୁ ୨ ଏଇଡି(ଭାରତୀୟ ମୁଦ୍ରାରେ ୪୫.୧୯ ଟଙ୍କା) ଦେବାକୁ ପଡ଼ୁଛି। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି।

- Advertisement -


ଭିଡିଓକୁ ଏପର୍ଯ୍ୟନ୍ତ ୨୦ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୩ ଲକ୍ଷର ଊର୍ଦ୍ଧ୍ବ ଲୋକ ଲାଇକ୍‌ କରିଛନ୍ତି। ଭିଡିଓ ଦେଖି ଇନ୍‌ଷ୍ଟାଗ୍ରାମ ୟୁଜରମାନେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି, ‘ଏହି କାମ ପାଇଁ ଉଭୟଙ୍କୁ ସମ୍ମାନ’। ସେହିପରି ଅନେକ ୟୁଜର ଏଭଳି ବୁଦ୍ଧିର ପ୍ରଶଂସା କରି ଲେଖିଛନ୍ତି ଯେ, ‘ପଠାନ୍‌ମାନେ ସର୍ବଦା ବ୍ୟବସାୟିକ ମନବୃତ୍ତିର ହୋଇଥା’ନ୍ତି। ଅପରପକ୍ଷେ, କେତେକ ୟୁଜର ଦୁବାଇ ରାସ୍ତାରେ ଏତେ ପାଣି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେମାନେ କହିଛନ୍ତି, ଏହି ଭିଡିଓ ଦୁବାଇର ନୁହେଁ, ଏହା ମୁମ୍ବଇର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories