ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କେବିନ୍ଦ ଦୁଇଟି ରାଜ୍ୟର ରାଜ୍ୟପାଳଙ୍କୁ ଅଦଳବଦଳ କରିଛନ୍ତି । ହିମାଚଳ ପ୍ରଦେଶର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଗୁଜରାଟର ରାଜ୍ୟପାଳ ଭାବେ ବଦଳି କରାଯାଇ ନୂତନ ନିଯୁକ୍ତି ଦିଆଯାଇଛି । ଅନ୍ୟପକ୍ଷରେ କଲରାଜ ମିଶ୍ରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।
ଦାୟିତ୍ୱ ଗହଣ କରିବା ଦିନଠାରୁ ସେମାନଙ୍କ ନିଯୁକ୍ତି କାର୍ଯ୍ୟକାରୀ ହେବ । ରାଷ୍ଟ୍ରପତି ଭବନରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଚାର୍ଯ୍ୟ ଦେବବ୍ରତ ଗୁଜରାଟ ଓ କଲରାଜ ମିଶ୍ର ହିମାଚଳ ପ୍ରଦେଶର ରାଜ୍ୟପାଳ ନିଯୁକ୍ତ
Popular Categories



