ଭୁବନେଶ୍ୱର : ପଦ୍ମପୁର ଉପନିର୍ବାଚନ ସମୟରେ ଉକ୍ତ ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଦେବା ପରେ ବିଭିନ୍ନ ଉପଖଣ୍ଡ ପକ୍ଷରୁ ଜିଲା ମାନ୍ୟତା ଦାବି ଧରିଥିଲା। ଉପନିର୍ବାଚନ ସରିବା ପରେ ମୁଖ୍ୟମନ୍ତ୍ରୀ ଫେବୃଆରୀରେ ପଦ୍ମପୁର ଗସ୍ତ କରି ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ଦିଆଯିବା ବୋଲି ପୁଣି ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ ମଧ୍ୟରେ ଜିଲା ପୁନଃଗଠନ ପାଇଁ ସରକାରଙ୍କ ପାଖକୁ ୧୩ ଜିଲାରୁ ୧୬ ଜିଲା ଗଠନ ପାଇଁ ଦାବିପତ୍ର ଆସିଛି। ଜିଲା ପୁନଃଗଠନ ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ ଓ ୫-‘ଟି’ ସଚିବଙ୍କ ଅଧ୍ୟକ୍ଷତାରେ କୌଣସି ବୈଠକ ହୋଇନାହିଁ କି ସଚିବସ୍ତରୀୟ କମିଟି ଗଠନ କରାଯାଇ ନାହିଁ। ତେବେ ନୂଆ ଜିଲା ଗଠନ ପାଇଁ ସରକାର ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ସୂଚନା ଅଧିକାର ଆଇନ୍ବଳରେ ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଆଗୁଆ ନିର୍ବାଚନ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି। ବିଧାନସଭା ନିର୍ବାଚନକୁ ଯିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। କୁହାଯାଉଛି, ଡିସେମ୍ବର କିମ୍ବା ଜାନୁଆରୀରୁ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇପାରେ। ତେଣୁ ହାତରେ ଆଉ ମାତ୍ର କମ୍ ସମୟ ଥିବାବେଳେ ଏହାରି ଭିତରେ ସମସ୍ତ ପ୍ରକ୍ରିୟା ସାରି ପଦ୍ମପୁରକୁ ଜିଲା ମାନ୍ୟତା ମିଳିବା ନେଇ ସଂଶୟ ଦେଖାଦେଇଛି। ରାଜ୍ୟରେ ନୂଆ ଜିଲା ଗଠନ ନେଇ ସରକାରୀ ସ୍ତରରେ କ’ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ କବିସୂର୍ଯ୍ୟନଗର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ତଥ୍ୟ ମାଗିଥିଲେ। ବିଭାଗ ପକ୍ଷରୁ ମିଳିଥିବା ତଥ୍ୟାନୁଯାୟୀ, ନୂଆ ଜିଲା ଗଠନ ପାଇଁ ଜିଲାପାଳଙ୍କଠାରୁ ୨୦୨୧-୨୨ରୁ କୌଣସି ପ୍ରସ୍ତାବ ମଗାଯାଇ ନାହିଁ। କିନ୍ତୁ ୨୦୨୨-୨୩ରେ କେନ୍ଦୁଝର, କଟକ, ବାଲେଶ୍ବର, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର, ବରଗଡ଼, ଅନୁଗୋଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲାରୁ ଦାବିପତ୍ର ଆସିଛି। ପଦ୍ମପୁର, ନୀଳଗିରି, ଟିଟିଲାଗଡ଼, ଗୁଣୁପୁର, ଖିଚିଂ, ତାଳଚେର, କଣ୍ଟାବାଞ୍ଜି, କୁଚିଣ୍ଡା, ରାଉରକେଲା, ଭୁବନେଶ୍ବର, ଧର୍ମଗଡ଼, ବ୍ରହ୍ମପୁର, ଆଠଗଡ଼, ଘୁମୁସର, ଆସିକା ଏବଂ ଆନନ୍ଦପୁର ଉପଖଣ୍ଡରୁ ଦାବିପତ୍ର ସରକାରଙ୍କ ପାଖରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ପ୍ରତିଶ୍ରୁତି
ଦେବା ପରେ ଅନ୍ୟ ଉପଖଣ୍ଡଗୁଡ଼ିକୁ ନୂଆ ଜିଲା ମାନ୍ୟତା ନେଇ ସମ୍ପୃକ୍ତ ଅଞ୍ଚଳରେ ଦାବି ହେଉଛି। ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ଜିଲା ଘୋଷଣା କରିବାକୁ କହିଥିବାରୁ ରାଜ୍ୟରେ ଜିଲା ସଂଖ୍ୟା ବଢ଼ିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ; କିନ୍ତୁ ପଦ୍ମପୁର ନୂଆ ଜିଲା ଗଠନ ନେଇ ୨୦୨୧-୨୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଚିଠିପତ୍ର କାହାକୁ ଦିଆଯାଇ ନାହିଁ। ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂତନ ଜିଲା ଗଠନ ପାଇଁ ଆସିଥିବା ଦାବିଗୁଡ଼ିକ ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଅଧିକାର ଆଇନ୍ବଳରେ ସ୍ପଷ୍ଟ କରାଯାଇଛି।
କେବଳ ବରଗଡ଼ ଜିଲାକୁ ଭାଙ୍ଗି ପଦ୍ମପୁର ଉପଖଣ୍ଡକୁ ଜିଲା ଘୋଷଣା କରାଯିବ କି ଅନ୍ୟାନ୍ୟ ଉପଖଣ୍ଡବାସୀ ଯେଉଁ ଦାବି କରୁଛନ୍ତି ସେମାନଙ୍କ ଦାବିକୁ ସରକାର ଗ୍ରହଣ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ୩୦ ବର୍ଷ ତଳେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ୧୩ ଜିଲାକୁ ଭାଙ୍ଗି ୩୦ଜିଲା ଗଠନ ହୋଇଥିଲା। ସେ ସମୟରେ ବି ଆଉ କେତେକ ଅଞ୍ଚଳରେ ଜିଲା ମାନ୍ୟତା ଦାବି ଉଠୁଥିବା ବେଳେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସ୍ବର୍ଗତ ବିଜୁବାବୁ ପ୍ରତିଶ୍ରୁତି ଦେଇଥିଲେ। ସେତେବେଳେ ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ ଏବଂ କେନ୍ଦୁଝର ଜିଲାକୁ ବିଭାଜନ କରାଗଲା ନାହିଁ। ଏହି ୪ ଜିଲାକୁ ପରବର୍ତ୍ତୀ କାଳରେ ବିଭାଜନ କରିବାକୁ ବିଜୁବାବୁ କହିଥିଲେ। ୧୯୯୫ରେ ବିଜୁବାବୁଙ୍କ ସରକାର କ୍ଷମତାକୁ ନ ଆସିବାରୁ ପୁନଃ ଜିଲା ଗଠନ ଆଶା ମଉଳି ଯାଇଥିଲା। ସେତେବେଳେ ପୁରୀ ଜିଲାକୁ ଭାଙ୍ଗି ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲା ଗଠନ କରାଯାଇ ଥିବାବେଳେ ରାଜଧାନୀ ଭୁବନେଶ୍ବରକୁ ସ୍ବତନ୍ତ୍ର ଜିଲା ଭାବେ ଘୋଷଣା କରିବାକୁ ଦାବି ଉଠିଥିଲା। ସୁନ୍ଦରଗଡ଼ ଜିଲାକୁ ଭାଙ୍ଗି ବଣାଇଁ ଓ ରାଉରକେଲାରେ ନୂଆ ଜିଲା ପ୍ରତିଷ୍ଠା କରିବାକୁ ଦାବି ଉଠିଥିଲା।
ଜି
ଜିଲା ପୁନର୍ଗଠନ ପ୍ରକ୍ରିୟା ବିଳମ୍ବିତ
Popular Categories



