www.samajalive.in
Sunday, December 7, 2025
16.1 C
Bhubaneswar

ନିର୍ଭୟା ମାମଲାରେ ଆଜି ହାଇକୋର୍ଟ ରାୟ

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ଦୋଷୀଙ୍କ ମୃତ୍ୟୁଦଣ୍ଡ ସମ୍ପର୍କରେ ବୁଧବାର ଦିଲ୍ଲୀ ହାଇକୋର୍ଟ ରାୟ ପ୍ରକାଶ କରିବେ। ଦୋଷୀଙ୍କ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀତା ଉପରେ ବାରମ୍ବାର ରହିତାଦେଶ ଜାରି କରାଯିବାକୁ ବିରୋଧ କରି କେନ୍ଦ୍ର ସରକାର ଓ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦାୟର କରିଥିବା ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ଗତ ଶନି ଓ ରବିବାର ଦୁଇ ଦିନ ଧରି ହାଇକୋର୍ଟ ବିଚାରପତି ସୁରେଶ କୈତ ଏହା ଉପରେ ଶୁଣାଣି କରିଥିଲେ। ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ପ୍ରଥମେ ଜାନୁଆରୀ ୨୨ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା। ପରେ ଏହାକୁ ଫେବୃଆରୀ ୧ ତାରିଖକୁ ଘୁଞ୍ଚାଯାଇଥିଲା। ଏବେ ଏହା ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ଥଗିତ ରହିଛି। ସମସ୍ତ ଦୋଷୀଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ଅଦାଲତ ଫାଶୀ ଲାଗି ମୃତ୍ୟୁ ପରୱାନା ଉପରେ ବାରମ୍ବାର ରହିତାଦେଶ ଜାରି କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories