www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଥମେ ପଡ଼ୋଶୀ ଦେଶ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନେପାଳର ସର୍ବାଙ୍ଗୀନ ବିକାଶରେ ଭାରତ ଏକ ବିଶ୍ୱସ୍ତ ଭାଗିଦାର ରାଷ୍ଟ୍ରର ଭୂମିକା ତୁଲାଉଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସହ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଯୋଗବଣି-ବିରାଟନଗର ସମନ୍ୱିତ ଯାଞ୍ଚ ଘାଟିକୁ ମିଳିତ ଭାବେ ଉଦ୍‍ଘାଟନ କରି ମୋଦୀ କହିଛନ୍ତି ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତିକୁ ତାଙ୍କ ସରକାର ଅଗ୍ରାଧିକାର ଦେଇଆସୁଛନ୍ତି ଓ ସୀମାପାର ଯୋଗାଯୋଗ ବୃଦ୍ଧି ତାଙ୍କ ସରକାରଙ୍କର ଏକ ପ୍ରମୁଖ କ୍ଷେତ୍ର ରହିଛି। ସେ କହିଛନ୍ତି ଭାରତ-ନେପାଳ ମଧ୍ୟରେ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନକୁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ମାନ୍ୟତା ଦେଉଛନ୍ତି, କାରଣ ନେପାଳ ଭାରତର କେବଳ ଏକ ପଡ଼ୋଶୀ ଦେଶ ନୁହେଁ, ଦୁଇଦେଶ ମଧ୍ୟରେ ପୁରାତନ ଯୁଗରୁ ସାଂସ୍କୃତିକ ସଂପର୍କ ରହିଆସିଛି ଓ ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଉଭୟ ଦେଶ ମଧ୍ୟରେ ଭାଷା ଓ ଲୋକମାନଙ୍କ ମଧ୍ୟରେ ଯଥେଷ୍ଟ ସାମଞ୍ଜସ୍ୟ ରହିଛି।

ପ୍ରଧାନମନ୍ତ୍ରୀ  କହିଛନ୍ତି, ସମସ୍ତ ବନ୍ଧୁରାଷ୍ଟ୍ର ସହ ଉତ୍ତମ ପରିବହନ ବ୍ୟବସ୍ଥା ସ୍ଥାପନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ ଓ ସେହିସବୁ ଦେଶଗୁଡ଼ିକ ସହ ବାଣିଜ୍ୟ, ସଂସ୍କୃତି ଏବଂ ଶିକ୍ଷା କ୍ଷେତ୍ରରେ ସଂପର୍କ ବୃଦ୍ଧିକୁ ଭାରତ ପ୍ରାଧାନ୍ୟ ଦେଇଆସୁଛି। ସେ କହିଛନ୍ତି, ଭାରତ ନେପାଳ ସହ ସଡ଼କ, ରେଳ ଓ ଯୋଗାଯୋଗ ଲାଇନ୍‍ ସ୍ଥାପନ ପାଇଁ କାର୍ଯ୍ୟ କରିଆସୁଛି। ଗୁରୁତ୍ୱପୂର୍ଣ୍ଣ ସୀମା ଅଞ୍ଚଳଗୁଡ଼ିକରେ ସମନ୍ୱିତ ଯାଞ୍ଚ୍‍ ଘାଟିଗୁଡ଼ିକର ସ୍ଥାପନ ଦ୍ୱାରା ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ଗମନାଗମନ ବୃଦ୍ଧି ପାଇବ। ଯୋଗବଣୀ-ବିରାଟନଗର ସମନ୍ୱିତ ଯାଞ୍ଚ ଘାଟି ଭାରତ ସହାୟତାରେ ନିର୍ମାଣ କରାଯାଇଛି, ଯାହା ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ଆଗକୁ ଆଗେଇ ନେବ।

- Advertisement -

ପ୍ରଥମ ସମନ୍ୱିତ ଯାଞ୍ଚ ଘାଟି ରକ୍ସୌଲ-ବୀରଗଞ୍ଜ ଯାଞ୍ଚ ଘାଟିରୁ ୨୦୧୮ ମସିହାରେ ନିର୍ମାଣ କରାଯାଇଥିଲା ଓ ଏହା ହେଉଛି ଦ୍ୱିତୀୟ ସମନ୍ୱିତ ଯାଞ୍ଚ ଘାଟି। ନେପାଳରେ ଭୂମିକମ୍ପ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟରେ ଭାରତର ସହାୟତାକୁ ଉଭୟ ନେତା ଉଲ୍ଲେଖ କରିଥିଲେ। ୨୦୧୫ ନେପାଳ ଭୂମିକମ୍ପ ବିଷୟ ଉଲ୍ଲେଖ କରି ମୋଦୀ କହିଛନ୍ତି, ଭୂମିକମ୍ପ ପରେ ପରେ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟରେ ପ୍ରଥମେ ଭାରତ ସହଯୋଗର ହାତ ବଢ଼ାଇଥିଲା ଓ ବର୍ତ୍ତମାନ ଭାରତ ନେପାଳ ସହ କାନ୍ଧକୁ କାନ୍ଧ ମିଳାଇ ଏହାର ପୁନଃନିର୍ମାଣ କାର୍ଯ୍ୟରେ ସହଯୋଗ କରୁଛି।

ନେପାଳର ନୱାକୋଟ ଜିଲ୍ଲାର ଗୋର୍ଖାଠାରେ ୫୦ ହଜାର ବାସଗୃହ ନିର୍ମାଣ ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତା ଅନୁସାରେ ଏପର୍ଯ୍ୟନ୍ତ ୪୫ ହଜାର ବାସଗୃହ ନିର୍ମାଣ ହୋଇସାରିଛି। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଦୁଇ ଦେଶରେ ସ୍ଥିର ଓ ମଜବୁତ୍‍ ସରକାର ଗଠନ ଯୋଗୁଁ ଏହା ଉଭୟ ଦେଶ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବାରେ ବହୁମାତ୍ରାରେ ସାହାଯ୍ୟ କରିଛି ଓ ତାଙ୍କ ଦେଶ ଭାରତ ସହ ମିଶି କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories