www.samajalive.in
Monday, December 8, 2025
20.1 C
Bhubaneswar

ପୁଅ ବାହାଘର ପରେ ସ୍ୱର୍ଗତ ରିଷି କାପୁରଙ୍କୁ ମନେପକାଇ କହିଲେ ନିତୁ କାପୁର ‘ତୁମ ଇଚ୍ଛା ପୂରଣ ହୋଇଛି’

ଡେସ୍କ: ଆଲିଆ ଭଟ୍ଟଙ୍କ ସହ ପୁଅ ରଣବୀର କପୁରଙ୍କ ବିବାହ ଉତ୍ସବରେ ନିତୁ କାପୁର ତାଙ୍କ ସ୍ୱାମୀ ତଥା ଅଭିନେତା ସ୍ବର୍ଗତ ରିଷି କାପୁରଙ୍କୁ ଲେଖିଛନ୍ତି ‘ତୁମ ଇଚ୍ଛା ପୂରଣ ହୋଇଛି’। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ନିତୁ ଲେଖିଛନ୍ତି: ଏହା କାପୁର ସାବଙ୍କ ପାଇଁ ଉତ୍ସର୍ଗୀକୃତ। ତୁମର ଇଚ୍ଛା ପୂରଣ ହୋଇଛି।

ସେ ମଧ୍ୟ ମେହେନ୍ଦୀରେ ତାଙ୍କ ନାମ ଲେଖିଥିଲେ। ବାନ୍ଦ୍ରାସ୍ଥିତ କାପୁରଙ୍କ ବାସ୍ତୁ ନିବାସରେ ଅନୁଷ୍ଠିତ ଏହି ବିବାହରେ ନିତୁ କାପୁର, ରିଦ୍ଧିମା କାପୁର ସାହନି, ସୋନି ତାଜଦାନ, ଶାହିନ ଭଟ୍ଟ, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ, କରୀନା କାପୁର ଖାନ, କରିସ୍ମା କାପୁର, କରନ ଜୋହର ଓ ଆକାଶ ଅମ୍ବାନୀ ଯୋଗ ଦେଇଥିଲେ।

- Advertisement -

୨୦୧୭ରେ ରଣବୀର ଏବଂ ଆଲିଆଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଓ ସେତେବେଳେ ଉଭୟ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନୟ କରିଥିଲେ, ଯାହା ଚଳିତ ବର୍ଷ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୦ରେ କରୋନା ଯୋଗୁ ବିବାହ ସ୍ଥଗିତ ରଖାଯାଇଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories