www.samajalive.in
Wednesday, December 10, 2025
26.1 C
Bhubaneswar

ଅଗଷ୍ଟ ପହିଲାରେ ନିଟ୍‌ : ୧୧ ଭାଷାରେ ଆସିବ ପ୍ରଶ୍ନ

ଭୁବନେଶ୍ବର : ନାସ୍‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି। ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଏବଂ ହିନ୍ଦୀ ସହିତ ୧୧ ଭାଷାରେ ପ୍ରଶ୍ନପତ୍ର ଆସିବ। ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏସ୍‌ ପାଠ୍ୟକ୍ରମ ନାମଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡିଥାଏ। ଚଳିତ ପରୀକ୍ଷା ପାଇଁ ପାଠ୍ୟଖସଡା, ଯୋଗ୍ୟତା ମାନଦଣ୍ଡ, ବୟସ, ସଂରକ୍ଷଣ, ପରୀକ୍ଷା ଫି ଏବଂ ପରୀକ୍ଷା କେନ୍ଦ୍ର ଆଦି ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯିବ। ନିଟ୍‌ ୟୁଜି ପରୀକ୍ଷା ଫଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଡାକ୍ତରୀ ଏବଂ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡିକର ନିୟମାବଳୀକୁ ଭିତିକରି ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories