www.samajalive.in
Friday, December 5, 2025
23.1 C
Bhubaneswar

ଏସିଆ କପରେ ପ୍ରଥମ ଥର ଏହା ଘଟିବାକୁ ଯାଉଛି: ୪୧ବର୍ଷର ଅନ୍ତ ଘଟିବ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ଏସିଆ କପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଫାଇନାଲ ଖେଳିବାକୁ ଯାଉଛନ୍ତି । ଭାରତ ଏବଂ ପାକିସ୍ତାନ ଆସନ୍ତା ୨୮ତାରିଖରେ ଦୁବାଇରେ ଏସିଆ କପ ଟାଇଟଲ ହାତେଇବାକୁ ମୁହାଁମୁହିଁ ହେବେ । ଏସିଆ କପ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ ଯେବେ ଭାରତ ଏବଂ ପାକିସ୍ତାନ ଫାଇନାଲରେ ପରସ୍ପରକୁ ଭେଟିବେ । ପ୍ରଶଂସକମାନେ ୪୧ବର୍ଷ ଧରି ଏହି ମୁକାବିଲା ପାଇଁ ଅପେକ୍ଷା କରିଥିବା ବେଳେ ରବିବାର ଦିନ ଏହାର ଅନ୍ତ ଘଟିବ । ଲଗାତାର ୫ଟି ମ୍ୟାଚ ଜିତି ଭାରତୀୟ ଦଳ ଫାଇନାଲରେ ପହଞ୍ଚି ଥିବାବେଳେ ପାକିସ୍ତାନ ଛଅଟିରୁ ଚାରିଟି ମ୍ୟାଚ ଜିତିଛି । ସେପଟେ ବାଂଲାଦେଶ ବିପକ୍ଷରେ ସୁପର-୪ ନକଆଉଟ୍‍ ମ୍ୟାଚରେ ୧୧ରନରେ ଜିତିବା ପରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ପାକ୍‍ ଟିମ୍‍ । ପାକିସ୍ତାନ ଏହି ସିରିଜରେ ଭାରତ ଠାରୁ ଦୁଇ ଦୁଇ ଥର ପରାଜିତ ହୋଇଥିବା ବେଳେ ଏହାର ବଦଲା ନେବାକୁ ପୁରା ପ୍ରୟାସ କରିବ ।
୨୦୨୫ ଏସିଆ କପରେ ମୋଟ ଛଅଟି ଦଳ ଅଂଶଗ୍ରହଣ କରିଥିଲେ । ଚାରିଟି ଦଳ ଗ୍ରୁପ୍‍ ପର୍ଯ୍ୟାୟରୁ ବାଦ ପଡିଥିବା ବେଳେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶକୁ ନେଇ ଗଠିତ ସୁପର-୪ ଦଳ ମଧ୍ୟରୁ ଭାରତ-ପାକିସ୍ତାନ ଦଳ ଶ୍ରେଷ୍ଠ ଦୁଇଟିରେ ରହି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଟିମ୍‍ ଇଣ୍ଡିଆ ଗ୍ରୁପ୍‍ ପର୍ଯ୍ୟାୟ ଏବଂ ସୁପର-୪ରେ ଅପରାଜିତ ରହି ସମସ୍ତ ପାଞ୍ଚଟି ମ୍ୟରଚ୍‍ ଜିତିଥିଲା । ପାକିସ୍ତାନ କିନ୍ତୁ ଛଅଟିରୁ ଚାରିଟି ଜିତିଛି । ତେବେ ଉଭୟ ଟିମ୍‍ ମଧ୍ୟରେ ଟାଇଟଲ ଲଢେଇ ଖୁବ ରୋମାଞ୍ଚକର ହେବାକୁ ଯାଉଛି ।
ପ୍ରଥମ ଥର ପାଇଁ ଭାରତ-ପାକିସ୍ତାନ ଏସିଆ କପରେ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ୧୯୮୪ମସିହାରେ ଆରମ୍ଭ ହୋଇଥିଲା ଏସିଆ କପ । ସେବେଠାରୁ ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ରୋମାଞ୍ଚକର ମ୍ୟାଚ୍‍ ଦେଖିବାକୁ ମିଳିଛି । କିନ୍ତୁ ଭାରତ ଏବଂ ପାକିସ୍ତାନ କେବେ ଫାଇନାଲରେ ପରସ୍ପର ମୁହାଁମୁହିଁ ହୋଇନାହାଁନ୍ତି । ୪୧ବର୍ଷ ପରେ ଶେଷରେ ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।
ଯଦି ଆମେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‍ ଉପରେ ନଜର ପକାଇବା, ତେବେ ୧୨ଟି ଟାଇଟଲ ମୁକାବିଲା ହୋଇଛି । ୧୨ଟି ଫାଇନାଲ ମଧ୍ୟରୁ ପାକିସ୍ତାନ ୮ଟି ଜିତିଥିବା ବେଳେ ଭାରତ ୪ଟି ଜିତିଛି । ଶେଷ ଥର ପାଇଁ ଦୁଇ ଦଳ ୨୦୧୭ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟାଇଟଲ୍‍ ପାଇଁ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ପାକିସ୍ତାନ ଜିତିଥିଲା । ଏଥର ଟିମ୍‍ ଇଣ୍ଡିଆ କିନ୍ତୁ ପ୍ରତିଶୋଧ ନେବାକୁ ଚାହିଁବ । ତେବେ ଏସିଆ କପରେ ଏଯାବତ ଇଣ୍ଡିଆ ୮ଥର ଜିତିଥିବା ବେଳେ ପାକିସ୍ତାନ ଦୁଇଥର ବିଜୟୀ ହୋଇଛି । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଦଳ ଏଥର ଭଲ ଫର୍ମରେ ଥିବାରୁ ପ୍ରଶଂସକମାନେ ଟାଇଟାଲ ଜିତିବା ଆଶା ଖୁବ ଅଧିକ ରଖିଛନ୍ତି ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories