www.samajalive.in
Wednesday, December 10, 2025
18.1 C
Bhubaneswar

ପରୀ ହତ୍ୟାକାଣ୍ଡ : ଏସ୍‍ଆଇଟି ଧରି ନେଇଥିବା ଛାତ୍ରଙ୍କ ବିସ୍ଫୋରକ ବୟାନ, ତଦନ୍ତଆଳରେ ଧମକ ଓ ପ୍ରଲୋଭନ ଦେଇଛି ଏସ୍‍ଆଇଟି

ନୟାଗଡ଼ : ନୟାଗଡ଼ ବ୍ଲକ ଯଦୁପୁର ଗ୍ରାମରେ ସଂଗଠିତ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ଅନୁସନ୍ଧାନକ୍ରମଶଃ ଭିନ୍ନ ମୋଡ଼ ନେଉଛି। ଗତ ୧ ତାରିଖରୁ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏସ୍‍ଆଇଟିର ୫ଜଣିଆ ଟିମ୍‍ ନୟାଗଡ଼ ଆସି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛନ୍ତି। ଦୁଇସପ୍ତାହ ବିତିଯାଇଥିଲେ ମଧ୍ୟ ଏସ୍‍ଆଇଟି ଏହି ହତ୍ୟାକାଣ୍ଡର ପ୍ରମାଣ ପାଇ ନାହିଁ। ଅନ୍ଧାରରେ ବାଡ଼ି ବୁଲାଇବା ଭଳି ତଦନ୍ତ ଚାଲିଥିବା ଅଭିଯୋଗ ହେଉଛି। ପରୀ ଘରପାଖର ଏକ କଲେଜ ଛାତ୍ରକୁ ପୂର୍ବରୁ ସଦରଥାନା ପୁଲିସ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିଲେ ବୋଲି ସମ୍ପୃକ୍ତ ଛାତ୍ର ଅଭିଯୋଗ କରିଛନ୍ତି। ପୁନଶ୍ଚ ଗତ ୨ ତାରିଖରେ ତାଙ୍କୁ ଏସ୍‍ଆଇଟି ନୟାଗଡ଼ ସର୍କିଟ ହାଉସକୁ ନେଇ ସେଠାରେ ସେ ବ୍ୟବହାର କରୁଥିବା ତାଙ୍କ ଭଉଣୀଙ୍କ ମୋବାଇଲକୁ ଜବତ କରି ରକ୍ତନମୁନା ସଂଗ୍ରହ କରିଥିଲେ। ସେଠାରେ ତାଙ୍କ ମୁହଁର ଫଟୋ ଉଠାଯିବା ସହିତ ସେ ବ୍ୟବହାର କରୁଥିବା ତକିଆ, ପ୍ୟାଣ୍ଟସାର୍ଟ, ଚଡ଼ି, ଗଞ୍ଜି, ଗାମୁଛା ଇତ୍ୟାଦି ଜବତ କରାଯାଇଛି ବୋଲି ସମ୍ପୃକ୍ତ ଛାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୧୨ ତାରିଖରେ ପୁଣି ତାଙ୍କୁ ଏସ୍‍ଆଇଟି ଘରୁ ଉଠାଇ ନେଇ ତଦନ୍ତଆଳରେ ବିଭିନ୍ନ ଧମକ ଏବଂ ପ୍ରଲୋଭନ ମଧ୍ୟ ଦେଖାଇ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ନିର୍ଭୟା ମାମଲାର ଉଦାହରଣ ନେଇ ଯଦି ତାଙ୍କ କହିବା ଅନୁସାରେ ସାକ୍ଷୀ ପ୍ରଦାନ କରିବେ ତେବେ ତାଙ୍କ ବୟସକୁ ୧୮ବର୍ଷ ପରିବର୍ତ୍ତେ ୧୭ବର୍ଷ କରାଯାଇ ବାଳ ଅପରାଧୀ ଦର୍ଶାଯିବ ବୋଲି ଆଇଜି ଶ୍ରୀ ବୋଥ୍ରା ତାଙ୍କୁୁ କହିଥିବା ଛାତ୍ରଜଣକ କହିଛନ୍ତି। ଏଥିପାଇଁ ତାକୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀ ବୋଥ୍ରା ପ୍ରଲୋଭନ ଦେଖାଇଥିବା ସମ୍ପୃକ୍ତ ଛାତ୍ର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ତାଙ୍କ ରକ୍ତନମୁନା, ଫିଙ୍ଗରପ୍ରିଣ୍ଟ, ମୁହଁର ଫଟୋ ମଧ୍ୟ ଏସ୍‍ଆଇଟି ନେଇଛନ୍ତି। ୧୪ ତାରିଖରେ ପରୀ ଅପହରଣ ହେବା ପୂର୍ବଦିନ ଅର୍ଥାତ୍‍ ୧୩ ତାରିଖରେ ପରୀ ତାଙ୍କ ବାଡ଼ି ପଛପଟେ ଥିବା ଜାମୁକୋଳ ଗଛ ନିକଟକୁ ଜାମୁକୋଳି ଖାଇବାକୁ ଆସିଥିବା ସେ ଦେଖିଛନ୍ତି ।

- Advertisement -

ଏଥିପାଇଁ ତାଙ୍କୁ ସନ୍ଦେହ କରି ପୂର୍ବରୁ ସଦରଥାନା ଡ଼ାକିଥିଲା ବେଳେ ଏବେ ଏସ୍‍ଆଇଟି ତାଙ୍କୁ ବାରମ୍ବାର ଡ଼ାକୁଛନ୍ତି ବୋଲି ସେ କହିଛନ୍ତି। ସମ୍ପୃକ୍ତ ଛାତ୍ରଙ୍କ ଏଭଳି ଗୁରୁତର ଅଭିଯୋଗ ଏବେ ସାମାଜିକ ଗଣମାଧ୍ୟମରେ ଜୋର ଧରିଛି। ଯଦି ଛାତ୍ରଙ୍କ ଅଭିଯୋଗ ସତ୍ୟ ହୋଇଥାଏ ହତ୍ୟାକାଣ୍ଡର ମୋଡ଼ ବଳଦିଯିବାର ଆଶଙ୍କା ରହିଛି । ଛାତ୍ରଙ୍କ ମାଆ ଶୈଳବାଳା ସେଠୀ କହିଛନ୍ତି ଯେ ମୁଁ ଆଶାକର୍ମୀ ଭାବେ ନୟାଗଡ଼ ମେଡିକାଲରେ କାର୍ଯ୍ୟ କରେ। ମୁଁ କିମ୍ବା ମୋର ପୁଅ ଏହି ଘଟଣାରେ ସମ୍ପୃକ୍ତ ନାହୁଁ। ମୁଁ ଜଣେ ବିଧବା। ପୁଲିସ ଆମ୍ଭଙ୍କୁ ଅକଥନୀୟ ମାନସିକ ଯନ୍ତ୍ରଣା ଦେଇଚାଲିଛି। ମୁଣ୍ଡ ଉପରେ ମୋର ଝିଅର ବାହାଘର, ମୁଁ ସେଥିପାଇଁ ବ୍ୟସ୍ତ। ଅପରପକ୍ଷରେ ଏସ୍ଆଇଟି ତାଙ୍କ ପରିବାରକୁ ସନ୍ଦେହଘେରକୁ ନେଇ ତନାଘନା ଜାରି ରଖିଛନ୍ତି। ଉଲ୍ଲେଖନୀୟ ଯେ ପୂର୍ବରୁ ଏଭଳି ସଦରଥାନା ପୁଲିସ ମଧ୍ୟ ପରୀର ବାପା ଅଶୋକ ସାହୁଙ୍କୁ ଥାନାକୁ ଡ଼କାଇ ୫ ଲକ୍ଷ ଟଙ୍କାର ପ୍ରଲୋଭନ ଦେଖାଇ ଏହି କାଣ୍ଡ ତାଙ୍କର ଭାଉଜ କରିଛନ୍ତି ବୋଲି କହିବାକୁ ବାଧ୍ୟ କରାଯାଇଥିଲା। ପରୀ ହତ୍ୟାକାଣ୍ଡରେ କାହାକୁ ପୁଲିସ ବା ଏସ୍‍ଆଇଟି ଧରିବାରେ ସଫଳ ହୋଇ ନଥିଲା ବେଳେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କୁ ପ୍ରଲୋଭନ ଏବଂ ମାଡ଼ମାରିବା ଭଳି ଅଭିଯୋଗ ଘଟଣାକୁ ରହସ୍ୟଘେରକୁ ନେଇ ଯାଉଛି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories