ଭୁବନେଶ୍ୱର : ବାତ୍ୟା ‘ଦାନା’କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟାର ମୁକାବିଲା କରିଛେ । କେହି ଭୟଭୀତ ନ ହୋଇ ସଜାଗ ସହ ନିରାପଦ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ବାତ୍ୟା ମୁକାବିଲାରେ ପ୍ରଶାସନକୁ ପୁରା ସହଯୋଗ ଦିଅନ୍ତୁ । ବିପଦ ସମୟରେ ଲୋକଙ୍କ ସହ ରହିବା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଆମେ ସମସ୍ତେ ପୂର୍ବ ପରି ବାତ୍ୟା ‘ଦାନା’ର ସଫଳ ମୁକାବିଲା କରି ପାରିବା ବୋଲି କହିଛନ୍ତି ।
ସଚେତନତା ଓ ସତର୍କତା ହିଁ ସମ୍ଭାବ୍ୟ ବାତ୍ୟା 'ଦାନା'ରୁ ଆମକୁ ସୁରକ୍ଷିତ କରିବ। ବିଭିନ୍ନ ସମୟରେ ବାତ୍ୟା ଆସିଛି, ଆଉ ଆମେ ଏହାର ଦୃଢ଼ତାର ସହ ମୁକାବିଲା କରିଛେ। ସବୁ ବାତ୍ୟା ପରି ଏଥର ମଧ୍ୟ ସୁରକ୍ଷିତ ରହିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା। ନିଜର ଏବଂ ପ୍ରିୟଜନଙ୍କ ଯତ୍ନ ନେବା। ଭୟଭୀତ ନ ହୋଇ, ଆମେ ସମସ୍ତେ ସଜାଗ ରହିବା।…
— Naveen Patnaik (@Naveen_Odisha) October 22, 2024



