ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଛନ୍ତି, ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ସୋମବାର ଘଟିଥିବା ବିସ୍ଫୋରଣ ଘଟଣାରେ ସେ ଗଭୀର ଭାବେ ମର୍ମାହତ। ଏହି ବିସ୍ଫୋରଣରେ ଆତ୍ମୀୟସ୍ଵଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି ବୋଲି ନବୀନ ଲେଖିଛନ୍ତି।
Popular Categories



