www.samajalive.in
Saturday, December 13, 2025
26.1 C
Bhubaneswar

ବ୍ରଜରାଜନଗରରେ ଜାତୀୟ ପ୍ରେସ ଦିବସ ପାଳିତ

ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ମଙ୍ଗଳବାର ବ୍ରଜରାଜନଗର ଜଗନ୍ନାଥ ମନ୍ଦିର ସଭାଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ପୂର୍ବତନ ବ୍ରଜରାଜନଗର ନଗରପାଳ ନନ୍ଦ କିଶୋର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ବ୍ରଜରାଜନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଶ୍ୱଜିତ ଖମାରୀ, ସମ୍ମାନୀତ ଅତିଥି ଭାବେ ବ୍ରଜରାଜନଗର ଥାନା ଅଧିକାରୀ ବୈକୁଣ୍ଠ ବିହାରୀ ସେଠ, ଶିକ୍ଷାବିତ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ, ବ୍ରଜରାଜନଗର ଟ୍ରକ ମାଲିକ ସଂଘ ସଭାପତି ସତୀଶ ସିଂହ, ଦଣ୍ଡପାଣି ନାୟକ ସ୍ମୃତି କମିଟିର ଅଧ୍ୟକ୍ଷ ପ୍ରତାପ କେଶରୀ ସିଂହ, ଓୟୁଜେ ରାଜ୍ୟ ଉପନ ଚରଣ ସାହୁ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ବ୍ୟାସଦେବ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଅତିଥିଗଣ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥି ସହିତ ବର୍ଷିୟନ ସାମ୍ବାଦିକ ସ୍ବର୍ଗତ ଦଣ୍ଡପାଣି ନାୟକଙ୍କ ଫଟୋ ଚିତ୍ରରେ ଅତିଥିମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାର ୪୬ ଜଣ ଗଣମାଧ୍ୟମର ପ୍ରତିନିଧି ଓ ବିଭିନ୍ନ କ୍ଷେତ୍ରରେ ନିଜର କାର୍ୟ୍ୟ ଦକ୍ଷତା ପାଇଁ ମଞ୍ଚାସିନ ଅତିଥି ମାନକୁ ଦଣ୍ଡପାଣି ନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ପାତ୍ର ବିବରଣୀ ପାଠ କରିଥିଲେ। ଜିଲ୍ଲା ସଭାପତି ବ୍ୟାସଦେବ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ୟୁନିୟନର ପୂର୍ବତନ ଜିଲ୍ଲା ସଭାପତି ତ୍ରିଲୋଚନ ଦାଶ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବରିଷ୍ଠ ସାମ୍ବାଦିକ ଶେଖର ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ଗାଇଡ଼ କମିଶନର ସୁଶ୍ରୀ ପ୍ରତିଭା ମହାପାତ୍ର ଓ ଓପିଏମ ବାଳିକା ଉଚ୍ଚ ବିଦ୍ୟାଳୟର ଗାଇଡ ଛାତ୍ରୀ ସମେତ ସାମ୍ବାଦିକ ଅର୍ଜୁନ ଧଳ, ବିଜୟ ବରାଡ଼, ବିରଞ୍ଚି ଚରଣ ସ୍ୱାଇଁ, ବିଜୟ ସାହୁ, ସଞ୍ଜୟ ବାହୁବଳେନ୍ଦ୍ର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories