ଇମ୍ଫାଲ୍: ମଣିପୁର ଭିଡ଼ିଓ ଚିତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଅଦ୍ୟାବଧି ଏହି ଘଟଣାରେ ଲିପ୍ତ ଥିବା ୭ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ଅନ୍ୟମାନଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଜାରି ରହିଛି। ଉଲ୍ଲେଖଯୋଗ୍ୟ, ମଣିପୁରର ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପରେ ପୁଲିସ ତତ୍ପର ହୋଇ ତଦନ୍ତ ଆରମ୍ଭ କରି ଅଦ୍ୟାବଧି ୭ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
Popular Categories



