ଜାମ୍ମୁକଶ୍ମୀର : ଜମ୍ମୁ କଶ୍ମୀରର କୁଲଗାମ ଜିଲାରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହେବାରୁ ୩ ଯବାନ ସହୀଦ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲାର ହଲାଣ ଜଙ୍ଗଲରେ ଥିବା ପର୍ବତ ଶିଖରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ଭାରତୀୟ ସେନାକୁ ମିଳିଥିଲା। ଭାରତୀୟ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ଚାରିପଟୁ ସିଲ୍ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନ ବେଳେ ନକ୍ସଲମାନେ ଅତର୍କିତ ଭାବେ ଗୁଳି ଚାଳନା କରିବାରୁ ସେନା ପକ୍ଷରୁ ପାଲଟା ଗୁଳି ମଧ୍ୟ ଚାଳନା କରାଯାଇଥିଲା। ପ୍ରବଳ ଗୁଳି ବିନିମୟ ହେବାରୁ ୩ ଯବାନ ସହୀଦ ହୋଇଥିବା ଶ୍ରୀନଗର ସେନା କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।
Popular Categories



