www.samajalive.in
Sunday, December 7, 2025
15.1 C
Bhubaneswar

ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟ ପହଞ୍ଚିଲା ନ୍ୟାସନାଲ କନଫ୍ରେନ୍ସ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ରାଷ୍ଟ୍ରପତିଙ୍କ ନିର୍ଦେଶ ବିରୋଧରେ ନ୍ୟାସନାଲ କନଫ୍ରେନ୍ସ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ୨୦୧୯କୁ ଅସାମ୍ବିଧାନିକ ଘୋଷଣା କରିବାକୁ ଆବେଦନରେ ଅନୁରୋଧ କରାଯାଇଛି। ନ୍ୟାସନାଲ କନଫ୍ରେନ୍ସ ନେତା ମହମ୍ମଦ ଆକର ଲୋନ ଏବଂ ହସନୈନ ମସୁଦୀ ଏହି ଆବେଦନ କରିଛନ୍ତି।

ପ୍ରକାଶ ଯେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ମେହବୁବା ମୁଫତି, ଜାମ୍ମୁ କାଶ୍ମୀର ପିପୁଲ୍ସ କନଫ୍ରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ଅଗଷ୍ଟ ୪ ରାତିରୁ ନଜରବନ୍ଦୀ ରଖାଯାଇଥିଲା। ପରେ ଅଗଷ୍ଟ ୫ରେ ରାଜ୍ୟସଭା ଏବଂ ୬ରେ ଲୋକସଭାରେ ଧାରା ୩୭୦ ଉଚ୍ଛେଦ ଏବଂ ଜାମ୍ମୁ କାଶ୍ମୀର ପୁନର୍ଗଠନ ବିଧେୟକ ପାରିତ ହୋଇଥିଲା। ଏହା ପୂର୍ବରୁ ଅଗଷ୍ଟ ୮ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଆଇନଜୀବୀ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ତତ୍କାଳ ଶୁଣାଣି ପାଇଁ ଦାବି ରଖିଥିଲେ। ମାତ୍ର ସୁପ୍ରିମକୋର୍ଟ ତତ୍କାଳ ଶୁଣାଣି ପାଇଁ ମନା କରିଦେଇଥିଲେ ଓ ସଠିକ ସମୟରେ ଶୁଣାଣି ହେବ ବୋଲି କହିଥିଲେ। ଜଷ୍ଟିସ୍‍ ଏନଭି ରମାନା ଅଧ୍ୟକ୍ଷତାଧୀନ ପୀଠ କହିଥିଲେ ଯେ ମାମଲାକୁ ସୂଚୀବଦ୍ଧ କରିବା ପାଇଁ ଉଚିତ ପୀଠ ଆଗରେ ରଖାଯିବ। ଅର୍ଥାତ ସୂଚୀବଦ୍ଧ ପାଇଁ ଏହି ମାମଲାକୁ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଆଗରେ ରଖାଯିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories