www.samajalive.in
Sunday, December 7, 2025
15.1 C
Bhubaneswar

‘ଶକୁନ୍ତଳା ଆର୍ଟ ଗ୍ୟାଲେରୀ’ରେ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ବର: ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂରଣ ଉପଲକ୍ଷେ ଅମୃତ ମହୋତ୍ସବ ପାଳିତ ହେଉଛି। ସୋମବାର ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ନିକଟ ଉତ୍ତରା ଛକ ଠାରେ ‘ଶକୁନ୍ତଳା ଆର୍ଟ ଗ୍ୟାଲେରୀ’ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଶକୁନ୍ତଳା ଆର୍ଟ ଗ୍ୟାଲେରୀ’କୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦିଲ୍ଲୀ ଲଳିତ କଳା ଏକାଡେମୀର ସଚିବ ରାମକୃଷ୍ଣ ବେଦାଲା ଯୋଗ ଦେଇଥିବାବେଳେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉଦଘାଟନୀ ଉତ୍ସବ ଅବସରରେ ଦିଲ୍ଲୀ ଲଳିତ କଳା ଏକାଡେମୀ ଓ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ସହଭାଗିତାରେରେ ଏକ ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।

 

- Advertisement -

ଏହି ପ୍ରଦର୍ଶନୀ ରେ ମୀନକେତନ ପଟ୍ଟନାୟକ, ପ୍ରଦୋଷ ସ୍ୱାଇଁ, ପ୍ରଦୀପ ପାଣ୍ଡେ, ରାଜେଶ ନାୟକ, ରାଜକିଶୋର ମହାରଣା, ପ୍ରଜେଶ ମହାପାତ୍ର, ସ୍ଥିତଧୀ ରଥ, ସନ୍ତୋଷ ମହାରଣା, ଅତସୀ ବସୁ ଜେନା, ଜ୍ଞାନେଶ ମିଶ୍ର, ନିତ୍ୟାନନ୍ଦ ସାହୁ, ମମତା ସାମନ୍ତରାୟ, ନିବେଦିତା ପଟ୍ଟନାୟକ, ଲିପିଶ୍ରୀ ନାୟକ, ରବି ଚେଟି, ଜେ.ଏମ. ପଟ୍ଟନାୟକ, ସଞ୍ଜୟ କେତନ, ମନୋଜ ମହାନ୍ତି, ଅଶୋକ କୁମାର ବେହେରା, ବିଶ୍ୱମୋହନ ରଥ, ସ୍ୱୟଂସୁଧା ପଟ୍ଟନାୟକ, ନମିତା ସାହୁ ଏବଂ ରାଜନନ୍ଦିନୀ ମହାପାତ୍ର ଭଳି ପ୍ରତିଷ୍ଠିତ ୨୬ ଜଣ ଜାତୀୟ ସ୍ତରୀୟ ଚିତ୍ରଶିଳ୍ପୀ ଯୋଗଦାନ କରିଥିଲେ । ଏହିପ୍ରଦର୍ଶନୀ ସାତଦିନ ଧରି ଚାଲିବ ଏବଂ ଦର୍ଶକ ମାନଙ୍କ ପାଇଁ ଏହା ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପାଇଁ ପର୍ଯନ୍ତ ଖୋଲା ରହିବ ବୋଲି ଗ୍ୟାଲେରୀ ର ନିର୍ଦେଶକ ଜନାର୍ଦନ ପରାମଗୁରୁ ପ୍ରକାଶ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories