www.samajalive.in
Monday, December 8, 2025
14.1 C
Bhubaneswar

ନର୍ଲାରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ଗୃହ ପାଇଁ ଦାବି

ନର୍ଲା : ଆଜି ଯାଏଁ ନର୍ଲାରେ ହୋଇ ପାରିଲାନି ଶବ ବ୍ୟବଚ୍ଛେ୍ଦ ବ୍ୟବସ୍ଥା। କାହାର ସନ୍ଦେହ ଜନକ ମୃତ୍ୟୁରେ ପୁଲିସର ତଦନ୍ତ ପାଇଁ ଶବର ବ୍ୟବଚ୍ଛେଦ ପାଇଁ ଅଧିକାଂଶ ଯାଆନ୍ତି ମ.ରାମପୁର ଡାକ୍ତରଖାନା। ଆଉ କେତେକ ଅଂଚଳବାସୀ ଭବାନୀପାଟଣା ଯିବାକୁ ପଡେ। ନର୍ଲା ଥାନା ଅଧିନରେ ଆନୁମାନିକ ୧୩୩ ଖଣ୍ଡ ଗାଁ ରହିଥିବା ଜଣାପଡିଛି। ତେବେ ଶବ ବ୍ୟବଚ୍ଛେଦ ଗୃହଟିଏ ଆଜି ଯାଏଁ ହୋଇନପାରିବା କାରଣରୁ ମୃତକଙ୍କ ପରିବାରକୁ ଶବକୁ ନେଇ ସର୍ବାଧିକ ୩୦ କିଲୋମିଟର ମ.ରାମପୁର ନେବାକୁ ପଡେ ନହେଲେ ୨୫ କିଲୋମିଟର ଭବାନୀପାଟଣା ନେବାକୁ ପଡେ। ଯାହା ପରିବାର ଲୋକଙ୍କ ପାଇଁ ଦୁଃଖ ଉପରେ ଅସହ୍ୟ ଯନ୍ତ୍ରଣା ହୋଇପଡେ। ଶବ ନେବା ପାଇଁ ଶବ ଗାଡିର ବ୍ୟବସ୍ଥା ଚିକିତ୍ସା ବିଭାଗର ରହିଛି ହେଲେ ଗାଡି ରହିଛି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ। ଆବଶ୍ୟକ ସମୟରେ କେବେ ଗାଡି ମିଳେନାହିଁ ଫଳରେ ବେସରକାରୀ ଗାଡି ଡାକି ଶବ ନେବାକୁ ପଡେ ବୋଲି ଲୋକେ ମତ ପ୍ରକାଶ କରିଛନ୍ତି।
ଆଗରୁ ଗାଡି ମୋଟର ନଥିବା ବେଳେ ଲୋକେ ଶଗଡ ଗାଡି କରି କିମ୍ବା ନିକଟ ଅତୀତରେ ଠେଲାରେ ଶବ ନେବାର ନଜର ରହିଛି। ଏକ ଜନସଂଖ୍ୟା ବହୁଳ ଅଂଚଳବାସୀ କେବେ ପାଇବେ ଏହି ସୁବିଧା।  ଯଦି ନର୍ଲାରେ ଏହି ବ୍ୟବସ୍ଥା ଥାଆନ୍ତା ତାହେଲେ କ୍ଷତିଗ୍ରସ୍ତ ପରିବାର ଲୋକେ ଆର୍ଥିକ ଖର୍ଚ୍ଚରୁ ବଂଚିତ ହେବା ସହ ହଇରାଣ ହୁଅନ୍ତେ ନାହିଁ ବୋଲି ମତ ପ୍ରକାଶ ପାଇଛି।
ଏମାନେ କହନ୍ତି
୧-ଚିତରଂଜନ ମଣ୍ଡଳ,କଳାହାଣ୍ଡି ଜିଲ୍ଲା ବିଜେଡି ଉପ-ସଭାପତି:ନର୍ଲା ପାଇଁ ଏହା ନିତାନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଁ ନର୍ଲା ପାଇଁ ଶବ ବ୍ୟବଚ୍ଛେଦ ଗୃହ ଓ ମ.ରାମପୁର ପାଇଁ ଏକ ରକ୍ତ ଭଣ୍ଡାରର ପ୍ରତିଷ୍ଠା କରିବା ପାଇଁ ଦାବୀ ଜଣାଇଛି। ରାଜ୍ୟ ସରକାର ଏହାକୁ ହୃଦୟଙ୍ଗମ କରି ନିଶ୍ଚୟ ଏହି ସୁବିଧା ଯୋଗାଇଦେବେ। ଖୁବ୍ ଶୀଘ୍ର ଏହାର ପ୍ରତିଷ୍ଠା ହେବ।

୨-ଦୁର୍ଗା ପ୍ରସାଦ ମହାନ୍ତି-ଉପାଧ୍ୟକ୍ଷ,ନର୍ଲା ବ୍ଲକ-ଏକ ଜନସଂଖ୍ୟା ବିଶିଷ୍ଟ ଅଂଚଳ ନର୍ଲା ବ୍ଲକରେ ସାମାନ୍ୟ ଶବ ବ୍ୟବଚ୍ଚେଦ ବ୍ୟବସ୍ଥା ଟିଏ ହୋଇନପାରିବା ଅତ୍ୟନ୍ତ ଦୁଃଖର ବିଷୟ। ସରକାର ଅଂଚଳବାସୀଙ୍କ ଏହି ଦାବୀ କୁ ତରୁନ୍ତ ପୂରଣ କରିବା ଉଚିତ୍।

- Advertisement -

୩-ଚିରଞ୍ଜିବୀ ଗୌଡିଆ-ସଭାପତି,ନର୍ଲା ସରପଂଚ ସଂଘ-ଏହା ଆବଶ୍ୟକ ଅପେକ୍ଷା ଜରୁରୀ ଅଧିକ ଅଟେ। ଲୋକେ ବିପତି ସମୟରେ ଯେଉଁଭଳି ହଇରାଣ ହରକତ ହୁଅନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଏହା ଲୋକଙ୍କର ମୌଳିକ ଅଧିକାର। ସରକାର ଅବଶ୍ୟକ ନୁହେଁ ଜରୁରୀ ମନେ କରନ୍ତୁ।

୪-ଚିତରଂଜନ ରଣା-ସଂପାଦକ,ନର୍ଲା ସରପଂଚ ସଂଘ-ବହୁ ଦିନରୁ ଏହାର ଆବଶ୍ୟକତା ରହିଅଛି। ଶବ ବ୍ୟବଚ୍ଛେଦର ବ୍ୟବସ୍ଥା ପାଇବା ପାଇଁ ନର୍ଲା ଯୋଗ୍ୟ ହେଲେ ବର୍ତମାନ ସୁଦ୍ଧା ଏଠାରେ ଏହାର ବ୍ୟବସ୍ଥା ହୋଇନପାରିବା କାରଣରୁ ସାଧାରଣ ଲୋକଙ୍କ ପାଇଁ ଏହା ଅଭିଶପ୍ତ ହୋଇ ରହିଛି।

୫-ମନୋଜ କୁମାର ପଟ୍ଟନାୟକ,ସମାଜସେବୀ-ଯେଉଁ ଅସୁବିଧା ସମାଧାନ ପାଇଁ ସ୍ଥାନୀୟ ଲୋକେ କାହିଁ କେତେ କାଳରୁ ଦାବୀ କରିଆସୁଛନ୍ତି ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ତୁରନ୍ତ ପୂରଣ କରିବା ଉଚିତ୍। ବ୍ୟବଚ୍ଛେଦ ପାଇଁ କିଲୋମିଟର କିଲୋମିଟର ରାସ୍ତା ଶବକୁ ନେଇ ଯିବା କେତ ଯେ କଷ୍ଟ ସାଧ୍ୟ ତାହା ଯିଏ ଭୋଗିଛି ସେ ହିଁ କହିପାରିବ ଦୁଃଖ କେତେ। ଆଜିର ମହାମାରୀ ପରିସ୍ଥିତିରେ ନର୍ଲାରେ ଜରୁରୀକାଳୀନ ଶବ ବ୍ୟବଚ୍ଛେଦ ର ସୁବିଧା କରି ସରକାର ଲୋକଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories