ନର୍ଲା :ପ୍ରଚଣ୍ଡ ଖରା । ଖରାର ତେଜରେ ଚାରିଆଡେ ଦାଉଦାଉ ଜଳୁଛି । ମାଟିରୁ ବାହାରୁଛି ବାମ୍ଫ । ଏହାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଆଜି ନର୍ଲାରେ ପ୍ରଥମ ଅଂଶୁଘାତର ଶିକାର ହୋଇଛି ଜଣେ ୧୨ ବର୍ଷର ନାବାଳକ ତସବିର୍ । ସୂଚନାନୁଯାୟୀ ଆଜି ମାଣ୍ଡେଲ ଗ୍ରାମର ହେମରାଜ ବେନୁଆଁ ପୁଅ ତସବିର୍ କୁ ସାଙ୍ଗରେ ନେଇ ନର୍ଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ଆସିଥିଲେ ଜମା ଖାତା ଖୋଲିବା ପାଇଁ । ତେବେ ବ୍ୟାଙ୍କରେ ଅପେକ୍ଷା କରିଥିବା ସମୟରେ ପ୍ରଚଣ୍ଡ ଖରା କାରଣରୁ ପୁଅ ତସବିର୍ ପଡି ଯାଇଥିଲେ । ଏହାପରେ ବାପା ହେମରାଜ ପୁଅକୁ ଧରି ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର କୁନାଲ ପରୀକ୍ଷା ନୀରିକ୍ଷା କରି ତୁରନ୍ତ ଚିକିତ୍ସା କରିଥିଲେ । ତେବେ ବର୍ତ୍ତମାନ ତସବିର୍ ସୁସ୍ଥ ରହିଛନ୍ତି। । ତେବେ ପ୍ରଚଣ୍ଡ ଖରାରେ ଲୋକେ ସଚେତନ ନହେଲେ ଅଂଶୁଘାତର ଶିକାର ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି ।
Comments are closed.