www.samajalive.in
Thursday, December 11, 2025
23.1 C
Bhubaneswar

କାନ୍ଦୁଛନ୍ତି ନର୍ଗିସ୍

ମୁମ୍ବଇ : ଆଗାମୀ ଚଳଚ୍ଚିତ୍ର ‘ଅମାବାସ’ରେ ମୁଖ୍ୟ ଭୂମିକାରେ ଦେଖାଦେବେ ଅଭିନେତ୍ରୀ ନର୍ଗିସ୍ ଫକ୍ରି। ଏହାର ପ୍ରଚାର ଅଭିଯାନରେ ଖୁବ୍ ବ୍ୟସ୍ତ ଥିବା ନର୍ଗିସ୍ କିନ୍ତୁ ଖୁସି ନାହାନ୍ତି। କାରଣ ହେଲା, ଗତ କିଛି ମାସ ମଧ୍ୟରେ ତାଙ୍କର ଦୁଇଥର ସମ୍ପର୍କ ଭାଙ୍ଗିଛି। ଅଭିନେତା ଓ ପ୍ରଯୋଜକ ଉଦୟ ଚୋପ୍ରାଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା। ଉଭୟଙ୍କ ପରିବାର ମଧ୍ୟ ଏଇ ସମ୍ପର୍କରେ ଖୁସି ଥିଲେ, କିନ୍ତୁ କ’ଣ ହେଲା କେଜାଣି, ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ନର୍ଗିସ୍ ଏତେ ଭାଙ୍ଗିପଡ଼ିଲେ ଯେ ତୁରନ୍ତ ଆମେରିକା ଚାଲିଗଲେ। ସେଠାରେ କିଛି ମାସର ରହଣି ପରେ ନାମୀ ଏଡିଟର୍ ମେଟ୍ ଆଲୋଞ୍ଜାଙ୍କ ସହ ତାଙ୍କ ନିବିଡ଼ତାକୁ ନେଇ ଚର୍ଚ୍ଚା ଚାଲିଲା। ଦୁହେଁ ନିୟମିତ ଭାବେ ସୋସିଆଲ ସାଇଟ୍‌ରେ ସେମାନଙ୍କ ଫଟୋ ଅପଲୋଡ କଲେ। ତେବେ ବିଡ଼ମ୍ବନା ଏହା ଥିଲା ଯେ, ଏ ସମ୍ପର୍କର ସ୍ଥାୟିତ୍ବ ମଧ୍ୟ ଅଳ୍ପ ଦିନ ଥିଲା। ପୁଣି ଭାରତ ଆସି ନିଜ ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ଯୋଗ ଦେଲେ ନର୍ଗିସ୍। ଏ ଭିତରେ ପୁରୁଣା ବନ୍ଧୁ ଉଦୟଙ୍କୁ ଭେଟି ନିଜ ଦୁଃଖ କଥା ବଖାଣିଥିଲେ। ଉଦୟ ମଧ୍ୟ ବାନ୍ଧବୀଙ୍କ ମନର କଥା ବୁଝି ତାଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରୁଛନ୍ତି ବୋଲି ଶୁଣାଯାଉଛି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories