ରାସ୍ତା ପାଲଟିଛି ମରଣଯନ୍ତା

କଲ୍ୟାଣସିଂହପୁର: ମରଣଯନ୍ତା ପାଲଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ରାସ୍ତା । ଧାମୁଣିପଙ୍ଗା ପଞ୍ଚାୟତର କୁଲୁମୁହିଁ ତୋଟା ଠାରୁ ସୁରୁମୁଲି, ହାତିମୁଣ୍ଡା ଦେଇ କାଙ୍ଗସିରି ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୮ ମସିହାରେ ରାସ୍ତା ନିର୍ମାଣ କରାଯାଇଥିଲା । ହେଲେ ମାତ୍ର ରାସ୍ତାକୁ ୫ବର୍ଷ ନପୁରୁଣୁ ଅବସ୍ଥା ଶୋଚନୀୟ ହୋଇଯାଇଛି । ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଯାଇଛି । ଫଳରେ ଯାତାୟାତରେ ନାହିଁନଥିବାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଖରାପ ରାସ୍ତା କାରଣରୁ ଦୁର୍ଘଟଣା ମଧ୍ୟ ହେଉଥିବା ନଜରକୁ ଆସୁଛି । କଲ୍ୟାଣସିଂହପୁର ଠାରୁ କାଙ୍ଗସିରି ପର୍ୟ୍ୟନ୍ତ ୧୧.୦୬୭କିମି ଅଟକଳ ୫୭୦.୨୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିବା ଦର୍ଶାଯାଇଛି । କିନ୍ତୁ କୁଳୁମୁହି ତୋଟା ଠାରୁ ସୁରୁମୁଲି, ହତିମୁଣ୍ଡା ଦେଇ କାଙ୍ଗସିରି ପର୍ୟ୍ୟନ୍ତ ରାସ୍ତା କରାଯାଇଥିବା ଅଞ୍ଚଳରେ ନବୀନ କାଡ୍ରାକା, ମିନା ପ୍ରେପକା, କର୍ଷିକା ସାନ୍ଦାରାଓ, ପ୍ରମୁଖ କହିଛନ୍ତି । ଏବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଧବଳେଶ୍ବର ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାର ରକ୍ଷଣାବେକ୍ଷଣ କରିବାର ରହିଛି । ତାହା ଦୁଇ ବର୍ଷ ହେଇଚି ସିଡ଼ି କରାଯାଇ କଲର ଲଗାଯାଇଛି । ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି ।
Comments are closed.